ସଫେଇ ନାଁରେ ସୁନା ଲୁଟ୍, ୯ ଗିରଫ
ରାଉରକେଲା : ଗହଣା ସଫା ନାଁରେ ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁଲିସ । ବିହାର ଭାଗଲପୁରର ୯ ଜଣଙ୍କୁ ଗିରଫ କଲା ରାଉରକେଲା ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୧୦୩ ଗ୍ରାମ ସୁନା ସହ ସ୍ବତନ୍ତ୍ର ପାଉଡର ଜବତ କରିଛି ପୁଲିସ । ଏମାନେ ସମସ୍ତେ ୨୦୨୧ରୁ ଲୁଟ୍ କରିଆସୁଥିଲେ । ସମସ୍ତଙ୍କ ନାଁରେ ପୂର୍ବରୁ ୨୧ଟି ମାମଲା ରହିଛି । ଗହଣା ସଫା କରିବା ପାଇଁ ବ୍ୟବହାର କରୁଥିବା ପାଉଡରରେ ଏମାନେ ସୁନା ହଡପ କରୁଥିଲେ ।
Comments are closed.