www.samajalive.in
Sunday, December 7, 2025
26.1 C
Bhubaneswar

୬ ଗୋଟି କମ୍ୟୁନିଟି ସପୋର୍ଟ କର୍ମଚାରୀଙ୍କ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ଜିଲ୍ଲାର ୧୦ ଗୋଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତସ୍ତରରେ ହୋଇଥିବା ମହିଳା ମହାସଂଘରେ କାର୍ଯ୍ୟରତ ୬ ଗୋଟି କମ୍ୟୁନିଟି ସପୋର୍ଟ କର୍ମଚାରୀଙ୍କ ଦୀର୍ଘ ୭ ମାସର ଦରମା ବା ପାରିଶ୍ରମିକ ମିଳିନାହିଁ। ଏହାକୁ ନେଇ ସୋମବାର ଖୋର୍ଦ୍ଧା ଜିଲ୍ଲା ପଞ୍ଚାୟତସ୍ତରୀୟ କର୍ମୀ ସଂଘ ପକ୍ଷରୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଟାଉନ ହଲଠାରେ ସଂଘ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ନିଜର ବକ୍ତବ୍ୟରେ କହିଥିଲେ ଯେ, ଏ ମାଟି ତ୍ୟାଗ ଓ ବଳିଦାନର ମାଟି, ଯେଉଁ ମାଟିର ଅର୍ଥନୈତିକ ଓ ସାମାଜିକସ୍ତରର ବିକାଶ ପାଇଁ ମାଆମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଆପଣମାନେ ଧୈର୍ଯ୍ୟ ଧରନ୍ତୁ। ସରକାର ଆପଣଙ୍କ ପାଇଁ ନିଶ୍ଚିତ ବକେୟା ପାରିଶ୍ରମିକ ଓ ସ୍ଥାୟୀ ଚାକିରୀ ପାଇଁ ସହଯୋଗର ହାତ ବଢାଇବେ। ବିଧାୟକ ହିସାବରେ ମୁଁ ନିଶ୍ଚିତ ସହଯୋଗ କରିବି। ତେବେ ବର୍ତ୍ତମାନର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କିଭଳି ପ୍ରତି ଗାଁ ଗହଳିରେ ପହଞ୍ଚି ପାରିବ ସେଥିପାଇଁ ଆପଣମାନେ ଆଗେଇ ଆସନ୍ତୁ ବୋଲି ବିଧାୟକ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ନିକୁଞ୍ଜ ବିହାରୀ ପଟ୍ଟନାୟକ, ଖୋର୍ଦ୍ଧା ପୌର ପରିଷଦ ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ବ୍ଲକ ପ୍ରତିନିଧି ବିଭୁ ପ୍ରସାଦ ବଳିଆରସିଂ, ୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ ଦଳାଇ, ସଂଘର ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ପ୍ରଣତି କୋଦାମସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ମୁଖ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories