www.samajalive.in
Thursday, December 11, 2025
26.1 C
Bhubaneswar

ଆଲିୟା-ସିଦ୍ଧାର୍ଥଙ୍କ ସମ୍ପର୍କରେ ଫାଟ

ମୁମ୍ବଇ : ୨୦୧୨ରେ କରନ୍ ଜୋହର୍‌ ନିର୍ଦେଶନାରେ ୩ନବାଗତା ଆଲିୟା ଭଟ୍ଟ, ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱନ୍ କ୍ୟାରିୟର ଆରମ୍ଭ କରିଥିଲେ। ଗତ ୭ ବର୍ଷ ମଧ୍ୟରେ ତିନିହେଁ ନିଜ ପରିଶ୍ରମରେ ଆଜି ବଲିଉଡରେ ପ୍ରତିଷ୍ଠିତ ହୋଇପାରିଛନ୍ତି। କ୍ୟାରିୟର ଆରମ୍ଭ ସମୟରୁ ଆଲିୟା-ସିଦ୍ଧାର୍ଥଙ୍କ ନିବିଡ଼ତା ହୋଇଥିଲା। ଦୁହେଁ ମଧ୍ୟ ପରୋକ୍ଷରେ ଗଣମାଧ୍ୟମ ସମ୍ମୁଖରେ ସେମାନଙ୍କ ସମ୍ପର୍କକୁ ସ୍ବୀକାର କରିଥିଲେ। ସବୁକିଛି ଠିକ୍‌ ହିଁ ଚାଲିଥିଲା। ଏସବୁ ଭିତରେ ଆଲିୟା ନିର୍ଦେଶକ ଅୟାନ୍ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ କାମ କରିବାର ସୁଯୋଗ ପାଇଲେ। ବୁଲଗେରିଆରେ ଏହାର ସୁଟିଂ ସମୟରେ ରଣବୀର କପୁର ଓ ଆଲିୟାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ଏପରିକି ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଶୁଣାଯାଉଛି। ନିଜ ପୁରୁଣା ବନ୍ଧୁଙ୍କୁ ଠକିଲେ ଆଲିୟା, ଏହା କହିଲେ ମଧ୍ୟ ଭୁଲହେବନି। ଏଇ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିବା ନିମନ୍ତେ କେତେଜଣ ବଲିଉଡ କଳାକାର ଗସ୍ତ କରିଥିଲେ। ଚାଟାର୍ଡ ଫ୍ଲାଇଟ୍‌ରେ ରଣବୀର କପୁର, ରଣବୀର ସିଂ, ଆଲିୟା ଭଟ୍ଟ, ଭୂମି ପେଦନକର, ବିକି କୌଶଲ୍, ରୋହିତ ସେଟ୍ଟି, କରନ୍‌ ଜୋହର୍‌, ସିଦ୍ଧାର୍ଥ ମଲହୋତ୍ରା, ରାଜକୁମାର ରାଓ, ଏକତା କପୁର ଯାତ୍ରା କରିଥିଲେ। ସମସ୍ତେ ଫ୍ଲାଇଟ୍‌ର ଗୋଟିଏ ପାଖରେ ବସି ମଉଜ ମସ୍ତି କରୁଥିବାବେଳେ ସିଦ୍ଧାର୍ଥ ଅନ୍ୟପାଖେ ବସିଥିଲେ। ତାଙ୍କ ସାଥିରେ ରାଜକୁମାର ରାଓ ଥିଲେ। ଆଲିୟା ଓ ସିଦ୍ଧାର୍ଥ ଏଇ ଗସ୍ତରେ ମୁହାଁମୁହିଁ ହୋଇଥିଲେ, କିନ୍ତୁ ସାଧାରଣ ଭାବେ ହାଏ-ହ୍ୟାଲୋ କହି ବ୍ୟବଧାନ ରଖିଥିଲେ। ଦେଖାଯାଉ, ଆଲିୟାଙ୍କ ଏଇ ଦ୍ବିତୀୟ ସମ୍ପର୍କର ସ୍ଥାୟିତ୍ବ କେତେକ ସମୟ?

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories