www.samajalive.in
Monday, December 8, 2025
27.1 C
Bhubaneswar

ଦିଲ୍ଲୀରେ ରହିବାକୁ ଇଚ୍ଛା ନାହିଁ: ଜଷ୍ଟିସ ଅରୁଣ ମିଶ୍ର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏତେ ବିଷାକ୍ତ ହୋଇଗଲାଣି; ଯେମିତି ଗୋଟିଏ ଗ୍ୟାସ ଚାମ୍ବର। ସକାଳେ ଓ ସନ୍ଧ୍ୟାରେ ସର୍ବାଧିକ ପ୍ରଦୂଷଣ ସାଙ୍ଗକୁ ଟ୍ରାଫିକ ସମସ୍ୟା ଏତେ ଯେ ଏଠାରେ ରହିବା କଷ୍ଟକର। ସେଥିପାଇଁ ଦିଲ୍ଲୀରେ ଅବସ୍ଥାନ କରିବାକୁ ସାମାନ୍ୟ ଇଚ୍ଛା ନାହିଁ। ଏଭଳି ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର। ଶୁକ୍ରବାର ସକାଳେ ସେ ଏହି କାରଣରୁ ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନ ପାରିବା ଭଳି ପରିସ୍ଥିତି ଉପୁଜିଥିଲା ବୋଲି ଦର୍ଶାଇଛନ୍ତି। ଏହି ପରିପ୍ରେକ୍ଷୀରେ ବାୟୁ ପ୍ରଦୂଷଣର ପ୍ରତିକାର ବ୍ୟବସ୍ଥା ଯଥାଯଥ ହେଉ ନ ଥିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଜଷ୍ଟିସ ମିଶ୍ରଙ୍କୁ ସମର୍ଥନ କରି ଜଷ୍ଟିସ ଦୀପକ ଗୁପ୍ତା କହିଛନ୍ତି ଯେ ଏହି ସମସ୍ୟା ଲୋକଙ୍କ ଜୀବନ ବଞ୍ଚିବାର ଅଧିକାରକୁ କ୍ଷୁଣ୍ଣ କରୁଛି। ପ୍ରଦୂଷଣ ନିୟନ୍ତ୍ରଣ ତଦାରଖ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କୋର୍ଟ ମିତ୍ର (ଆମିକସ୍‌ କ୍ୟୁରୀ) ଅପରାଜିତା ସିଂହ ଦିଲ୍ଲୀ ଗ୍ୟାସ ଚାମ୍ବରରେ ପରିଣତ ହୋଇଥିବା ଦର୍ଶାଇବାରେ ଦୁଇ ବିଚାରପତି ଏହାକୁ ସମର୍ଥନ କରିଥିଲେ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ସରକାରୀ କର୍ତ୍ତୃପକ୍ଷ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେଉଥିବା କହୁଥିଲେ ମଧ୍ୟ ବାସ୍ତବତା ଭିନ୍ନ ବୋଲି ସେମାନେ ସ୍ବୀକାର କରିଥିଲେ। ଏଥିପାଇଁ ବାସ୍ତବରେ କିଭଳି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଓ କ’ଣ ନିଆଯାଉଛି, ଏଥିପାଇଁ କିଛି ସ୍ବତନ୍ତ୍ର ଯୋଜନା ହୋଇଛି କି ନାହିଁ ତାହା ଜାଣିବାକୁ ସୁପ୍ରିମ କୋର୍ଟ ଚାହିଁଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories