www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରାହକଙ୍କୁ ଉପହାର ଦେଲା ରିଲାଏନ୍ସ, ମାତ୍ର ୬୯୯ ଟଙ୍କାରେ ମିଳିବ 4G ଫୋନ୍

ନୂଆଦିଲ୍ଲୀ : ଦେଶର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଜିଓଭାରତ ୪ଜି ଫୋନର ଦାମ୍ ହ୍ରାସ କରିଛି । ୩୦ ପ୍ରତିଶତ ରିହାତି ଦେଇ କମ୍ପାନୀ ଗ୍ରାହକଙ୍କୁ ଦୀପାବଳି ଉପହାର ଦେଇଛି । ଅର୍ଥାତ୍ ଗ୍ରାହକ ୯୯୯ ଟଙ୍କା ବଦଳରେ ମାତ୍ର ୬୯୯ ଟଙ୍କା ଦେଇ ଏହି ୪ଜି ଫୋନକୁ କିଣିପାରିବେ । ଜିଓଭାରତ ଫୋନକୁ ୧୨୩ ଟଙ୍କାରେ ରିଚାର୍ଜ କରିପାରିବେ ଉପଭୋକ୍ତା । ଏଥିରେ ମାସିକ ଅନଲିମିଟେଡ୍ ଭଏସ୍ କଲ୍ ଓ ୧୪ ଜିବି ଡାଟା ମଧ୍ୟ ମିଳିବ ।

୧୨୩ ଟଙ୍କା ବିଶିଷ୍ଟ ଜିଓର ମାସିକ ରିଚାର୍ଜ ପ୍ଲାନ୍ ଏୟାରଟେଲ୍ ଏବଂ ଭୋଡାଫୋନ୍ ତୁଳନାରେ ବହୁତ ଶସ୍ତା । ଫୋନରେ ୪୫୫ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ, ମୁଭି ପ୍ରିମିୟର ଓ ନୂଆ ଫିଲ୍ମ, ଭିଡିଓ ଶୋ ମିଳିବ । ଜିଓପେ ଓ ଜିଓଚାଟ୍ ଭଳି ପ୍ରିଲୋଡେଡ୍ ଆପ୍ ମଧ୍ୟ ଫୋନରେ ମିଳିବ । ସୂଚନାଯୋଗ୍ୟ ପୂର୍ବରୁ ରିଲାଏନ୍ସ ଜିଓ ତରଫରୁ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୧୫ ଅକ୍ଟୋବରରେ ୨ ନୂଆ ୪ଜି ଫୋନ୍ ଲଞ୍ଚ୍ କରାଯାଇଥିଲା । ୧୦୯୯ ଟଙ୍କା ଦାମରେ ଫୋନ୍ ଆଣିଥିଲା କମ୍ପାନୀ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories