www.samajalive.in
Sunday, December 14, 2025
23.1 C
Bhubaneswar

ଜେଜେଙ୍କ ଦ୍ୱାଦଶ ଦିବସରେ ନାତି ନାଳରେ ବୁଡ଼ି ନିଖୋଜ

ଧାମନଗର: ଧୁଷୁରୀ ଥାନା ଅନ୍ତର୍ଗତ ପଣ୍ଡା ପାଟଣା ଗ୍ରାମର ପ୍ରଦୀପ କୁମାର ପଣ୍ଡାଙ୍କ ୧୯ବର୍ଷର ପୁଅ ରୁଦ୍ର ନାରାୟଣ ପଣ୍ଡା କଣ୍ଡିଆ ନାଳ ବନ୍ୟା ସ୍ରୋତରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି। ରବିବାର ଦିନ ପ୍ରାୟ ୧୨ଟା ସମୟରେ ଘଟିଛି ଏହି ଅଭାବନୀୟ।

ଖବରରୁ ପ୍ରକାଶ, ନିଖୋଜ ରୁଦ୍ରଙ୍କ ବଡ଼ ଜେଜେ ଗୋକୁଳାନନ୍ଦ ପଣ୍ଡାଙ୍କ ବିୟୋଗର ଆଜି ଦ୍ୱାଦଶ ଦିବସ। ଏଥିପାଇଁ ପରିବାର ଏବଂ ଭାଇ ପଡ଼ିଶା ଘର ଲୋକ ସମସ୍ତେ ବ୍ୟସ୍ତ ଥିବାବେଳେ ରୁଦ୍ର ସ୍ଥାନୀୟ ବ୍ରାହ୍ମଣୀପାଳ ଗାଁ ନିକଟ ଏକ ପୋଲ ପାଖ କଣ୍ଡିଆ ନାଳକୁ ଗାଧୋଇବାକୁ ଯାଇଥିଲେ। ତେବେ ନାଳରେ ଗଭୀର ଗଣ୍ଡ ଥିବା ସାଙ୍ଗକୁ ବନ୍ୟା ସ୍ରୋତ ଚାଲୁଥିବାରୁ ରୁଦ୍ର ସେଠାରେ ଗାଧୋଉଥିବା ବେଳେ ବୁଡ଼ିଯାଇ ନିଖୋଜ ହୋଇଯାଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। କେତେକ ବୁଡ଼ାଳି ଏବଂ ପରେ ଦୁଇ ଉଦ୍ଧାରକାରୀ ଦଳ ଅପରାହ୍ନ ପର୍ଯ୍ୟନ୍ତ ଖୋଜା ଖୋଜି କରି ନିରାଶ ହୋଇଛନ୍ତି। ପୋଲ ପାଖରୁ ରୁଦ୍ରଙ୍କ ମୋବାଇଲ ଉଦ୍ଧାର ହୋଇଛି। ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଫେରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories