କେତେ ସିସି ହୋଇଥାଏ ଜେଟ୍ ପ୍ଲେନ୍ ଇଞ୍ଜିନ ? ଜାଣନ୍ତୁ..
ନୂଆଦିଲ୍ଲୀ : ଜେଟ୍ ଇଞ୍ଜିନର କ୍ଷମତାକୁ କାର୍ ଇଞ୍ଜିନ ଭଳି ସିସି(କ୍ୟୁବିକ୍ ସେଣ୍ଟିମିଟର) ରେ ମପାଯାଏନି କାରଣ ଏହା ଇଣ୍ଟରନାଲ୍ କମ୍ବଶନ ଇଞ୍ଜିନରୁ ଭିନ୍ନ କାମ କରିଥାଏ । ଜେଟ୍ ଇଞ୍ଜିନରେ ଥ୍ରଷ୍ଟ(ପୁଶ୍ ଦେଉଥିବା କ୍ଷମତା) ମୁଖ୍ୟ ରୂପେ ମପାଯାଏ । ଉଦାହରଣ ପାଇଁ ଏକ ବଡ କମର୍ଶିଆଲ ଜେଟ୍ ଇଞ୍ଜିନ(ଯଥା ବୋଇଂ ୭୭୭ର ଜିଇ୯୦ ଇଞ୍ଜିନ) ୧୧୦,୦୦୦ ପାଉଣ୍ଡ-ଫୋର୍ସର ଥ୍ରଷ୍ଟ ଉତ୍ପନ କରିପାରେ । କାରର ଇଞ୍ଜିନର ସିସି ମପାଯାଏ ଏବଂ ଏଥିରୁ କାରର କ୍ଷମତା ଜଣାପଡେ କିନ୍ତୁ ଜେଟ୍ ଇଞ୍ଜିନର କ୍ଷମତା ତାର ଥ୍ରଷ୍ଟ ଏବଂ ପାଓ୍ବରରୁ ମପାଯାଏ ।
ସେହିଭଳି ଜେଟ୍ ବିମାନ ବହୁତ କମ୍ ମାଇଲେଜ୍ ପ୍ରଦାନ କରେ । ଉଦାହରଣ ପାଇଁ ଏକ ବଡ ବିମାନ(ଯଥା ବୋଇଂ ୭୪୭)ର ହାରାହାରି ମାଇଲେଜ୍ ୦.୨-୦.୩ କିଲୋମିଟର ପ୍ରତି ଲିଟର ହୋଇଥାଏ । ଏକ ବୋଇଂ ୭୪୭ ପ୍ରତି ସେକେଣ୍ଡରେ ୧୦-୧୨ ଲିଟର ଇଞ୍ଜିନ ଜଳାଇପାରେ । ଅର୍ଥାତ୍ ଲମ୍ବା ଉଡାଣରେ ହଜାର ହଜାର ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ ।
Comments are closed.