www.samajalive.in
Saturday, December 6, 2025
26.1 C
Bhubaneswar

ରେଳ ଧାରଣା ପାର୍ଶ୍ବରୁ ମୃତଦେହ ଊଦ୍ଧାର

ସମ୍ବଲପୁର : ସମ୍ବଲପୁରରୁ ହୀରାକୁଦ ଯାଇଥିବା ରେଳ ଧାରଣା ପାର୍ଶ୍ବରୁ ଏକ ଅଜଣା ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜିଆରପିର ସୂଚନାନୁଯାୟୀ, ଦୁର୍ଗାପାଲି ଠାରେ ଥିବା ରେଳବାଇ କ୍ରସିଂ ନିକଟରେ ରବିବାର ଏକ ଅଜଣା ବୃଦ୍ଧଙ୍କ ମୃତଦେହ ପଡ଼ିଥିବାର ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା।

ମୃତଦେହକୁ ଜିଆରପି ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏ ନେଇ ଏକ ମାମଲା ଥାନାରେ ରୁଜୁ କରିଛି। ବୃଦ୍ଧ ଜଣକ କୌଣସି ଏକ ରେଳଗାଡିରୁ ଖସି ପଡ଼ି ମୃତ୍ୟୁବରଣ କରିଥିବାର ଅନୁମାନ କରାଯାଉଥିବା ବେଳେ ମୃତକଙ୍କ ବୟସ ଆନୁମାନିକ ୭୦ ବର୍ଷ ହୋଇଥିବା ବୋଲି ଜିଆରପି କହିଛି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories