www.samajalive.in
Saturday, December 6, 2025
19.1 C
Bhubaneswar

୨୫ତମ ସୈରେନ୍ଦ୍ରୀ ନାୟକ ଟ୍ରଫି,  ଚିପଲିମା ଓ ମୁଣ୍ଢେନପାଲି ସ୍କୁଲ ଦଳ ବିଜୟୀ

ସମ୍ବଲପୁର: ଜିଲା ବର୍ଷିୟାନ କ୍ରିଡା ସଂଘ ସମ୍ବଲପୁର ଆନୁକୂଲ୍ୟରେ ସ୍ଥାନୀୟ ସିଂହପାଲି-କାଈଁଶିର କ୍ରିଡା ପ୍ରାଙ୍ଗଣରେ ୨୫ତମ ସୈରେନ୍ଦ୍ରୀ ନାୟକ ଟ୍ରଫି-୨୦୨୪ ଆନ୍ତଃ ହାଇସ୍କୁଲ ଫୁଟବଲ ପ୍ରତିଯୋଗିତାରେ ରବିବାର ୨ଟି କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।

ପ୍ରଥମ ମ୍ୟାଚ ଚିପଲିମା ଉଚ୍ଚ ବିଦ୍ୟାଳୟ ଓ ବିକାଶ କନସେପ୍ଟ ସ୍କୁଲ ମଧ୍ୟରେ ହୋଇଥିଲା। ଚିପଲିମା ସ୍କୁଲ ଦଳ ସଂଘର୍ଷପୁର୍ଣ୍ଣ ମ୍ୟାଚରେ ୧ – ୦ ଗୋଲରେ ବିକାଶ ସ୍କୁଲ ଦଳକୁ ହରାଇ ସେମି ଫାଇନାଲ ଖେଳିବାକୁ ଉତ୍ତିର୍ଣ୍ଣ ହୋଇଛି। ସେହିଭଳି ଦ୍ୱିତୀୟ ମ୍ୟାଚ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ହାଇସ୍କୁଲ, ମୁଣ୍ଢେନପାଲି ଓ ସରକାରୀ ଉଚ୍ଚ ବିଦ୍ୟାଳୟ ବୁର୍ଲା ମଧ୍ୟରେ ଆୟୋଜିତ ହୋଇଥିଲା।

- Advertisement -

ଏଥିରେ ମୁଣ୍ଢେନପାଲି ଦଳ ୪ – ୦ ଗୋଲରେ ବୁର୍ଲା ସ୍କୁଲ ଦଳକୁ ହରାଇ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଏହି ଅବସରରେ ଅତିଥି ରୂପେ ବିଜୟ ଦେହୁରୀ, ଜନ ଖାଲକୋ, ସୁର୍ଯ୍ୟ ନାରାୟଣ ବେହେରା ଓ କୃଷ୍ଣଚନ୍ଦ୍ର ଶତପଥୀ ଯୋଗ ଦେଇଥିଲେ। ଖେଳକୁ ରେଫରୀ ରୂପେ ମଥୁରା ଓରାମ, ମନୋଜ ଭୋଇ, ଜଗେଶ୍ୱର ଓରାମ ଓ ଶାନ୍ତା ରନବିଡା ପରିଚାଳନା କରିଥିଲେ।

ପ୍ରତିଯୋଗିତାକୁ ସଂଘର ସମସ୍ତ ପଦାଧିକାରୀ ଓ ସଦସ୍ୟ ପରିଚାଳନା ଓ ଆୟୋଜନରେ ସହଯୋଗ କରୁଛନ୍ତି। ସୋମବାର ଏହି ପ୍ରତିଯୋଗିତାରେ ୨ଟି ସେମି ଫାଇନାଲ ମ୍ୟାଚରେ ପ୍ରଥମ ମ୍ୟାଚ ସିଏସବି ଜିଲା ସ୍କୁଲ ଓ ସେଭେନ ହିଲ୍ସ ପବ୍ଲିକ ସ୍କୁଲ ଏବଂ ମୁଣ୍ଢେନପାଲି ହାଇସ୍କୁଲ ଓ ଚିପଲିମା ହାଇସ୍କୁଲ ଦଳ ମଧ୍ୟରେ ଆୟୋଜିତ ହେବ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories