www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ! ଇସ୍ରାଏଲ ରକେଟ ମାଡ଼ରେ ଘାଇଲା ଇରାନ

ସମାଜ ଡିଜିଟାଲ ଡେସ୍କ: ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପ୍ରତିଆକ୍ରମଣର ଧମକ ଦେଇଥିଲା ଇସ୍ରାଏଲ। ହେଲେ କେବେ ଆକ୍ରମଣ କରିବ ତାହା ଘୋଷଣା କରି ନ ଥିଲା। ଶନିବାର ଭୋର ସମୟରେ ଇରାନ ଉପରେ ଅଚାନକ ଆକ୍ରମଣ କରି ପ୍ରତିଶୋଧ ନେଇଛି ଇସ୍ରାଏଲ। ଇରାନର ଏକାଧିକ ସହରରେ ୧୦୦ରୁ ଅଧିକ ଯୁଦ୍ଧ ବିମାନ ସହାୟତାରେ ଇସ୍ରାଏଲ ଆକାଶ ମାର୍ଗରୁ ରକେଟ୍‌ ମାଡ଼ କରିଛି, ଯେଉଁଥିରେ ଦୁଇ ଇରାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଇରାନର ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଦାବି କରିଛି। ଇସ୍ରାଏଲର ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତି ଆଉ ପାଦେ ଆଗକୁ ବଢ଼ିଛି। ଇରାନ ଇସ୍ରାଏଲ ଆକ୍ରମଣର ପ୍ରତିଜବାବ ଦେଲେ ଅନ୍ୟ ଦେଶଗୁଡ଼ିକ ଏଥିରେ ସାମିଲ ହେବା ସମ୍ଭାବନା ରହିଛି, ଯାହାଫଳରେ ସାରା ବିଶ୍ଵ ୩ୟ ବିଶ୍ଵଯୁଦ୍ଧ ଆଡକୁ ଅଗ୍ରସର ହୋଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞଙ୍କ ମହଲରେ ମତପ୍ରକାଶ ପାଇଛି।

ଇସ୍ରାଏଲ ପ୍ରତି ବିପଦ ସୃଷ୍ଟିକାରୀ ଆତଙ୍କବାଦୀ ସଂଗଠନ ହମାସ ଏବଂ ହେଜବୋଲ୍ଲାକୁ ଏହି ଛୋଟିଆ ଦେଶ ଧୂଳିସାତ କରିସାରିଛି। ଏହି ଦୁଇ ସଂଗଠନ ସହିତ ଯୁଦ୍ଧ ସମୟରେ ଗତ ଅକ୍ଟୋବର ୧ ତାରିଖରେ ଇରାନ ପକ୍ଷରୁ ଅତର୍କିତ ଭାବେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଯାହା ପରେ ଇସ୍ରାଏଲ କେବଳ ଚେତାବନୀ ଦେଇ ନୀରବ ରହିଥିଲା।

- Advertisement -

ଶନିବାର ଭୋରୁ ଇସ୍ରାଏଲ ପକ୍ଷରୁ ୩ଟି ପର୍ଯ୍ୟାୟରେ ଆକ୍ରମଣ କରାଯାଇଛି। ପ୍ରଥମେ ଆଇଡିଏଫ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ କରାଯାଇଥିଲା। ୨ୟ ଏବଂ ୩ୟ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର, ଡ୍ରୋନ ଠିକଣା ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ଜୋର୍ଡାନ, ଇରାକ ଏବଂ ସିରିୟା ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ଉଡ଼ୁଥିବା ଦେଖିବାକୁ ମିଳିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories