ଦୀପାବଳିରେ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶିଙ୍କୁ ମିଳିବ ମା’ଲକ୍ଷ୍ମୀଙ୍କ ବିଶେଷ କୃପା, ହେବେ ଭାଗ୍ୟଶାଳୀ..

ଦୀପାବଳି ପର୍ବ ଲୋକେ ବେଶ ହର୍ସ ଉଲ୍ଲାସର ସହ ପାଳନ କରି ଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷର ଦୀପାବଳି ଖୁବ୍‌ ଖାସ୍‌ ବୋଲି କୁହାଯାଉଛି । ଚଳିତ ବର୍ଷ ୩୧ ଅକ୍ଟୋବରରେ ଦୀପାବଳି ପର୍ବ ପାଳନ କରାଯିବ । ଏହି ବର୍ଷ ଦୀପାବଳିରେ ବୁଦ୍ଧାଦିଥ୍ୟ ସହ ଶଶ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟଶାଳୀ କରିବ । ଏହି ରାଶିଙ୍କୁ ଖୁବ୍‌ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ଜାଣନ୍ତୁ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ଟଙ୍କା ନିବେଶ ପାଇଁ ସମୟ ଅନକୂଳ ରହିଛି । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପରିଶ୍ରମର ଫଳ ମିଳିବ । ଭବିଷ୍ୟତରେ ଶୁଭଫଳ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ହେବ । ଧନ ଲାଭର ଯୋଗ ରହିଛି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି ।

ଦୀପାବଳିରେ ରାଶି ଅନୁଯାୟୀ କରନ୍ତୁ ଏସବୁ ଦାନ: ମିଳିବ ମା’ଲକ୍ଷ୍ମୀଙ୍କ କୃପା, ଦୂର ହେବ ସମସ୍ୟା..

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଦୀପାବଳିରେ ଶୁଭ ଖବର ମିଳିବ । ମନ ପସନ୍ଦର ଚାକିରି ମିଳିବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ନୂଆ ଚୁକ୍ତି ସହ ଲାଭ ମିଳିବ ।

ମକର – ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦୀପାବଳି ପର୍ବ ଖୁବ୍‌ ଶୁଭଙ୍କର ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଟକି ଥିବା ଧନ ଫେରସ୍ତ ମିଳିବ । ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହେବ । ଦୀର୍ଘଦିନରୁ ଅଟକି ଥିବା କାମ ପୂରଣ ହେବା ସହ ସଫଳତା ପ୍ରାପ୍ତି ହେବ ।

କୁମ୍ଭ- ଏହି ରାଶିଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହେବ । ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

Comments are closed.