୨ୟ ଟେଷ୍ଟ: ଭାରତ ୧୫୬ରେ ଅଲଆଉଟ

ସମାଜ ଡିଜିଟାଲ ଡେସ୍କ: ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ଭାରତ ପୁଣି ଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ପ୍ରଥମ ଇନିଂସରେ ଭାରତ ମାତ୍ର ୧୫୬ ରନ କରି ଅଲଆଉଟ୍ ହୋଇଯାଇଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଡେଭନ କନଓ୍ବେ(୭୬) ଏବଂ ରଚିନ ରବୀନ୍ଦ୍ର(୬୫)ଙ୍କ ଅର୍ଦ୍ଧଶତକ ବଳରେ ୨୫୯ ରନ ସଂଗ୍ରହ କରିଥିଲା। ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ଏବଂ ରବିଚନ୍ଦ୍ରନ ଅଶ୍ଵିନ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ସୁନ୍ଦର ୭ଟି ଏବଂ ଅଶ୍ଵିନ ୩ଟି ଉଇକେଟ ନେଇ ନ୍ୟୁଜିଲାଣ୍ଡକୁ ଏକ ବଡ଼ ସ୍କୋର କରିବାରୁ ଅଟକାଇଥିଲେ।

ଜବାବରେ ଭାରତ ପ୍ରଥମ ପାଳିରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରୋହିତ ଶର୍ମା(୦), ବିରାଟ କୋହଲି(୧), ରୁଷଭ ପନ୍ତ(୧୮) ଏବଂ ସର୍ଫରାଜ ଖାନ  (୧୧) ନ୍ୟୁଜିଲାଣ୍ଡ ବୋଲରଙ୍କୁ ସାମ୍ନା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଜୟସଓ୍ବାଲ ୩୦ ଏବଂ ଶୁଭମନ ଗିଲ ୩୦ ଏବଂ ରବୀନ୍ଦ୍ର ଜାଡେଜା ୩୮ ରନ କରିଥିଲେ। ନ୍ୟୁଜିଲାଣ୍ଡ ବୋଲର ମିଶେଲ ସାଣ୍ଟନର ସର୍ବାଧିକ ୭ ଉଇକେଟ ନେଇ ଭାରତୀୟ ଦଳକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ।

Comments are closed.