www.samajalive.in
Friday, December 12, 2025
16.1 C
Bhubaneswar

ସ୍ବାମୀ ଦେଇନଥିଲେ ୨୫ହଜାର ଜରିମାନା, ସ୍ତ୍ରୀ ମୃତଦେହକୁ ସତ୍କାର ପାଇଁ ଅନୁମତି ଦେଲେନି ଗ୍ରାମବାସୀ

ବାଙ୍ଗିରିପୋଷି: ସ୍ବାମୀ ୨୫ହଜାର ଟଙ୍କା ଜରିମାନା ଦେଇନଥିବାରୁ ସ୍ତ୍ରୀଙ୍କ ସତ୍କାର ପାଇଁ ଗ୍ରାମାବାସୀ ଅନୁମତି ଦେଇନାହାନ୍ତି। ଟଙ୍କା ଜରିମାନା ଦେବାପରେ ସ୍ତ୍ରୀଙ୍କ ମୃତଦେହ ସତ୍କାର କରିପାରିବେ ବୋଲି ରୋକଠୋକ ଶୁଣାଇଥିଲେ ଗ୍ରାମବାସୀ। ଫଳରେ ମୃତଦେହଟି ସତ୍କାର ହୋଇନପାରି ରାସ୍ତାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।

ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମ ପଞ୍ଚାୟତ ଦୋରକଣ୍ଟିଆ ଗ୍ରାମରେ ସୃଷ୍ଟି ହେଇଛି ଅଭାବନୀୟ ପରିସ୍ଥିତି। ପୂର୍ବରୁ ଗ୍ରାମରେ କରାଯାଇଥିବା ୨୫ ହଜାର ଟଙ୍କା ଜରିମାନା ଦେଇ ନଥିବାରୁ ମୃତଦେହ ସଂସ୍କାର ଲାଗି ଗ୍ରାମବାସୀ ବାରଣ କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ୨୪ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ମୃତଦେହ ଅଟକ ରଖିଥିଲେ। ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ରୋଜାଲିନ ବେହେରା ଏବଂ ଅତିରିକ୍ତ ତହସିଲଦାର ଦାମୋଦର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀମାନେ ନିଜ ଜିଦରେ ଅଟଳ ରହି ମୃତଦେହ ସତ୍କାର ପାଇଁ ଅନୁମତି ଦେଇନଥିଲେ। ଫଳରେ ରାସ୍ତା ଉପରେ ମୃତଦେହ ପଡ଼ି ରହିଥିଲା।

- Advertisement -

ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନ୍ଦର ମୋହନ ମାର୍ଣ୍ଡିଙ୍କର ସ୍ତ୍ରୀ ସାକ୍ରମଣି ମାର୍ଣ୍ଡି ଗତ ୨୩ ତାରିଖ ସଂଧ୍ୟା ୬ (ଛଅ) ଟା ସମୟରେ ମୃତ୍ୟୁବରଣ କରିଥିଲେ । ତେବେ ପୂର୍ବରୁ ଶ୍ରୀ ମାର୍ଣ୍ଡିଙ୍କୁ ଆଦିବାସୀ ସମାଜ ନିୟମ ଅନୁସାରେ ଜରିମାନା କରିଥିବା ୨୫ ହଜାର ଟଙ୍କା ଦେଇ ନଥିବା ଦର୍ଶାଇ ଗ୍ରାମବାସୀମାନେ ଠେଙ୍ଗା, ବାଡି ଧରି ମୃତଦେହକୁ ସତ୍କାର ପାଇଁ ଛାଡି ନ ଥିଲେ।  ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ଜାଣିଶୁଣି ଜୋରିମାନା କରିବା ସହ ସାମାଜିକ ବାସନ୍ଦର ଭୟ ଦେଖାଇ ହଇରାଣ କରାଯାଉଛି ବୋଲି ବାଙ୍ଗିରିପୋଷି ସେଙ୍ଗେଲ୍ ଅଭିଯାନ ତରଫରୁ ଅଭିଯୋଗ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories