www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଛାତ୍ରୀ ଗର୍ଭବତୀ ଘଟଣା; ଗର୍ଭପାତ ପରେ ଛାତ୍ରୀ ଗୁରୁତର

କଳାହାଣ୍ଡି: ଦାରିଙ୍ଗିବାଡ଼ିର ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ କଳାହାଣ୍ଡି ଜିଲାର ଜଣେ ଛାତ୍ରୀଙ୍କ ଗର୍ଭପାତ ଘଟଣା ସାମ୍ନାକୁ ଆସିଛି । ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭପାତ କରାଇବାକୁ ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଛି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଅନ୍ୟ ରାଜ୍ୟର ବୋଲି ଜଣାପଡିଛି । ସେ ଓଡିଶା ଆସି ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟରେ ରହି ପାଠପଢୁଥିଲେ । ପୀଡିତା ୮ ସପ୍ତାହର ଗର୍ଭବତୀ ହେବା ପରେ କେହି ତାଙ୍କୁ ଔଷଧ ଦେଇ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ବୁର୍ଲା ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏହି ଘଟଣା ପଛରେ କିଏ ଦାୟୀ ସେକଥା ଜଣାପଡିନ ଥିବା ବେଳେ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ବେଳେ ଲୋକ ଲଜ୍ଜା ଭୟରେ ପରିବାର ଲୋକ ତାଙ୍କୁ ଘରକୁ ନେଇ ପଳାଇଥିବା ସୂଚନା ମିଳିଛି । ଏନେଇ ଥାନାରେ କୌଣସି ଏତଲା ହୋଇନଥିବା ପୁଲିସ କହିଛି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories