www.samajalive.in
Friday, December 12, 2025
27.1 C
Bhubaneswar

ସଡ଼କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଛି କୃତ୍ରିମ ବୁଦ୍ଧିମତା – ନୀତିନ ଗଡ଼କରୀ

ଡେସ୍କ: କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସଡ଼କ ସୁରକ୍ଷା ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଭଳି ସମସ୍ତ ପ୍ରକାରର ଉନ୍ନତ ଜ୍ଞାନକୌଶଳକୁ ସରକାର କାର୍ଯ୍ୟକାରୀ କରୁଛନ୍ତି। ଆଜି ନୂଆଦିଲ୍ଲୀରେ ଟ୍ରାଫିକ ଇନଫ୍ରାଟେକ୍ ଏକ୍ସପୋର ଦ୍ୱାଦଶ ସଂସ୍କରଣକୁ ସମ୍ବୋଧିତ କରି ସେ ସଡ଼କ ନିର୍ମାଣରେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଡି ଚାଳକଙ୍କ ପାଇଁ ରାସ୍ତାକୁ ଅଧିକ ସୁରକ୍ଷିତ କରିବା ପାଇଁ ସରକାର ପ୍ରତିଭାବାନ ଇଞ୍ଜିନିୟରମାନଙ୍କୁ ରାସ୍ତା ନିର୍ମାଣରେ ସେମାନଙ୍କର ସର୍ବୋତ୍ତମ ଜ୍ଞାନ ବ୍ୟବହାର ଲାଗି ଉତ୍ସାହିତ କରୁଛନ୍ତି।

ଶ୍ରୀ ଗଡ଼କରୀ କହିଛନ୍ତି ଯେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଅନେକ ଏକ୍ସପ୍ରେସ ୱେ ଏବଂଏକ୍ସଆଇଏସ ନିୟନ୍ତ୍ରିତ ରାସ୍ତା ନିର୍ମାଣ କରୁଛି ଯାହା ଦୁର୍ଘଟଣା ସଂଖ୍ୟାକୁ ହ୍ରାସ କରିବ। ସଡ଼କ ନିରାପତ୍ତା ପାଇଁ ମନ୍ତ୍ରଣାଳୟ ଘରୋଇ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନିଯୁକ୍ତ କରୁଛି ବୋଲି ସେ କହିଛନ୍ତି। ଆଇନ ପ୍ରଣୟନ, ଟୋଲ୍ ପରିଚାଳନା ଏବଂ ରାସ୍ତାର ଗୁଣବତ୍ତା ଉପରେ ନଜର ରଖିବା ଭଳି ଏକ ବ୍ୟବସ୍ଥା ବିକଶିତ ଓ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି ଯେ ଆସନ୍ତା ତିନି ମାସ ମଧ୍ୟରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ହେବ ଏବଂ ମୁଖ୍ୟ ରାଜପଥଗୁଡ଼ିକରେ ପୂର୍ବରୁ କାର୍ଯ୍ୟକାରୀ ହେବ ଏବଂ ପରେ ସମ୍ପୃକ୍ତ ରାଜ୍ୟ ସରକାରମାନେ ଏହାର ଲାଭ ଉଠାଇପାରିବେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories