www.samajalive.in
Sunday, December 7, 2025
23.1 C
Bhubaneswar

ବାତ୍ୟାର ଆଖି ହେବ ନାହିଁ; ୫ରୁ ୬ଘଣ୍ଟା ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଲ୍ୟାଣ୍ଡଫଲ ପ୍ରକ୍ରିୟା ୫ରୁ ୬ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ। ଭିତରକନିକା-ଧାମରା ମଧ୍ୟରେ ହିଁ ସ୍ଥଳଭାଗ ଛୁଇଁବ। ଏଥର ବାତ୍ୟାର ଆଖି ସୃଷ୍ଟି ହେବ ନାହିଁ। ପ୍ରଭାବରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲା ସବୁଠୁ ଅଧିକ ପ୍ରଭାବିତ ହେବ। ୩ଜିଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଉପକୂଳରେ ୧ରୁ ୨ମିଟର ଜୁଆର ଆସିପାରେ। ଜଗତସିଂହପୁର ଜିଲାରେ ୧ମିଟର ପର୍ଯ୍ୟନ୍ତ ଜୁଆର ଆସିବା ସହ ନଦୀ ମଧ୍ୟରେ ପ୍ରାୟ ୩ କି.ମି ଉପର ଯାଏଁ ଜୁଆର ମାଡିଯିବ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories