www.samajalive.in
Sunday, December 7, 2025
14.1 C
Bhubaneswar

ବୈବାହିକ ବଳାତ୍କାର ମାମଲା; ସୁପ୍ରିମକୋର୍ଟ ଶୁଣାଣି ୪ ସପ୍ତାହ ସ୍ଥଗିତ

ନୂଆଦିଲ୍ଲୀ: ବୈବାହିକ ବଳାତ୍କାର ଭଳି ଜଟିଳ ମାମଲା ଉପରେ ଚାଲିଥିବା ଶୁଣାଣିକୁ ସୁପ୍ରିମକୋର୍ଟ ୪ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ନଭେମ୍ବର ୧୦ରେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଛି। ପ୍ରଧାନ ବିଚାରପତିଙ୍କ ଅବସର ପରେ ନୂଆ ପୀଠରେ ଏହି ମାମଲାର ଶୁଣାଣି କରାଯିବ। ବୈବାହିକ ବଳାତ୍କାର ମାମଲାରେ ସ୍ବାମୀଙ୍କୁ ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରାଯାଇଥିବାବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି। ଆବେଦନକାରୀ ଦାବି କରିଛନ୍ତି ଯେ ବୈବାହିକ ବଳାତ୍କାରକୁ ଅପରାଧ ବିବେଚନା କରାଯାଇ ସ୍ବାମୀଙ୍କୁ ଦଣ୍ଡିତ କରାଯାଉ। ଏହି ମାମଲା ଉପରେ ଅକ୍ଟୋବର ୧୭ରୁ ଚୂଡାନ୍ତ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତିଙ୍କ ସହିତ ବିଚାରପତି ଜେବି ପର୍ଡିୱାଲ ଓ ମନୋଜ ମିଶ୍ର ଏହି ମାମଲା ଉପରେ ଶୁଣାଣି କରୁଛନ୍ତି। ତେବେ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କ ପାଖରେ ଆବଶ୍ୟକ ସମୟ ନାହିଁ। କାରଣ ଅକ୍ଟୋବର ୨୬ରୁ ନଭେମ୍ବର ୪ ପର‌୍ୟ୍ୟନ୍ତ ଦୀପାବଳି ପାଇଁ ସୁପ୍ରିମକୋର୍ଟ ଛୁଟି ରହିବ। ନଭେମ୍ବର ୧୦ରେ ପ୍ରଧାନ ବିଚାରପତି ଅବସର ନେବେ। ଏତେ କମ୍ ସମୟ ମଧ୍ୟରେ ଏହି ଜଟିଳ ମାମଲାର ଶୁଣାଣି ସମ୍ଭବ ନୁହେଁ ମନେ କରି ଏହାକୁ ୪ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଠାରୁ ଅଦାଲତ ଜବାବ ଲୋଡିଥିବାବେଳେ ସରକାର କହିଛନ୍ତି ଯେ ବୈବାହିକ ବଳାତ୍କାରକୁ ଅପରାଧ ବିବେଚନା କରାଗଲେ ବିବାହ ଭଳି ପବିତ୍ର ଅନୁଷ୍ଠାନରେ ବିଶୃଙ୍ଖଳା ସୃଷ୍ଟି ହେବ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories