www.samajalive.in
Thursday, December 11, 2025
15.1 C
Bhubaneswar

ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ

କଣ୍ଟାବାଞ୍ଜି: ଅଖିଳ ବିଶ୍ବ ଗାୟତ୍ରୀ ପରିବାର କଣ୍ଟାବାଞ୍ଜି ଆନୁକୂଲ୍ୟରେ ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ରାଜ୍ୟ ଓ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିଲା। ସୁବାଷ ସିଂଘଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କଣ୍ଟାବାଞ୍ଜିସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ସଭାପତି ଅଜୟ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିଶୁ ସାହିତ୍ୟିକ ତଥା ନିର୍ଝରିଣୀର ସଂପାଦକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି, ଜିଲ୍ଲା ସଂଯୋଜକ ଟଙ୍କଧର କୁମ୍ଭାର ଯୋଗ ଦେଇଥିଲେ। ରାଜ୍ୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପ୍ରତିଯୋଗୀ ନରେଶ ମେହେର, ପ୍ରୀତମ ମୁରଲୀ, ଜିଲ୍ଲା ସ୍ତରରେ ଚୂଡାକାନ୍ତୀ ପ୍ରଧାନ, ରାଜ କିଶୋର ପାଇକରାୟ,ଶିବାନୀ ପାତ୍ର, ଗାୟତ୍ରୀ ଭାଟି, ନମିତା ବାଗ, ପ୍ରତିଭା ବାଗ, ଈତି ବାରିକ, ସୋମ୍ୟାସିଂ ଠାକୁର, ସୁଜଳ ଗୁରୁ, ଅଙ୍କୁଶ ତାଣ୍ଡି, କ୍ଷେତ୍ର ସାହୁ, ସାହିଲ ବେହେରାଙ୍କୁ ଅତିଥି ବୃନ୍ଦ ପ୍ରମାଣ ପତ୍ର, ସ୍ମୃତି ଫଳକ,ପୁସ୍ତକ ଓ ନଗଦ ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories