ମସଜିଦକୁ ଅସ୍ତ୍ରାଗାର କରିଥିଲା ହେଜବୋଲ୍ଲା, ମିଳିଲା କ୍ଷେପଣାସ୍ତ୍ର

ସମାଜ ଡିଜିଟାଲ ଡେସ୍କ: ଲେବାନନ ଏବଂ ଗାଜାରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି। ଉଭୟ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଇଛି। ଗୋଟିଏ ପଟେ ଆକାଶମାର୍ଗରୁ ଆକ୍ରମଣ ଚାଲିଥିବାବେଳେ ଅନ୍ୟପଟେ ସ୍ଥଳଭାଗରେ ସୈନ୍ୟ ଅଭିଯାନ ଚାଲିଛି। ଦକ୍ଷିଣ ଲେବାନନରେ ସର୍ଚ୍ଚ ଅପରେସନ ସମୟରେ ଏକ ମସଜିଦରେ ଅସ୍ତ୍ରାଗାର ଠାବ ହୋଇଛି। ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ଏଠାରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖିଥିଲା। ଗ୍ରେନେଡ ଲଞ୍ଚର, କାନ୍ଧରୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର, ଆରପିଜି, ଲଢ଼ୁଆ ଜ୍ୟାକେଟ, କୋର୍ନେଟ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଘାତକ ଅସ୍ତ୍ରଶସ୍ତ୍ର ମହଜୁଦ ରଖାଯାଇଥିଲା।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ନିଜର ସରକାରୀ ଏକ୍ସ’ ଆକାଉଣ୍ଟରେ ଏସବୁ ଅସ୍ତ୍ରଶସ୍ତ୍ର ଏବଂ ମସଜିଦ ଫଟୋ ଜାରି କରିଛି। ହେଜବୋଲ୍ଲା ଆତଙ୍କବାଦୀମାନେ କିପରି ସର୍ବସାଧାରଣ ଅଞ୍ଚଳକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବାହାର କରୁଛି ଏହା ତାହାର ଏକ ଉଦାହରଣ ବୋଲି ଆଇଡିଏଫ କହିଛନ୍ତି। ମସଜିଦ ଅସ୍ତ୍ରଶସ୍ତ୍ର ରଖାଯିବା ସ୍ଥାନ ନୁହେଁ। କିନ୍ତୁ ହେଜବୋଲ୍ଲା ଏସବୁ ଜାରି ରଖିଛି।

Comments are closed.