www.samajalive.in
Saturday, December 13, 2025
15.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଆତଙ୍କିତ ନଦୀକୂଳିଆ ଗାଁ ଲୋକ

ଆରଡି: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଏବେ ଠୁ ଭୟଭିତ ହୋଇ ପଡିଲେଣି ଭଦ୍ରକ ଜିଲାର ନଦୀକୂଳିଆ ଅଞ୍ଚଳର ଲୋକମାନେ। ବିଶେଷକରେ ଆରଡି ସମେତ ମୁଆଁ, ସନ୍ତରା, ବାତୋଳ, ସିଙ୍ଗିପୁର, ସାନପଙ୍କି, ଶୀତଳପୁର, ନାନ୍ଦପୂର, ପାଲଟପୁର, କୋଇଲିଖା, ଭୂଇଁପୁର, ଓଳଗ, ସାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରାପାଟଣା, ସୁନ୍ଦରପୁର ଆଦି ୨୪ଟି ଗାଁର ହଜାର ହଜାର ଲୋକ ବୈତରଣୀ ଓ ସାଳନ୍ଦୀ ନଦୀକୂଳରେ ବସବାସ କରୁଥିବାରୁ ବାତ୍ୟା ପ୍ରଭାବରେ ଯଦି ଧାମାରା ମୁହାଣରେ ଉଚ୍ଚ ଜୁଆରଢେଉ ଆସେ ତାହାଲେ ସିଧାସଳଖ ଭାବେ ଏହି ଗାଁ ଗୁଡିକ ପ୍ରଭାବିତ ହେବ। ଅନ୍ୟପଟେ ମୁଆଁ, ଶୀତଳପୂର, ପାଲଟପୁର, ଅମୃତମଣି, ସାଠିବାଙ୍କୁଡା ଓ ବୋଡକ ନଦୀଠାରୁ ୧୦-୧୫ମିଟର ଦୂରତା ଥିବାରୁ କଚା ଓ ଛପର ଘର ଝଡପବନରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ସ୍ଥାନ ଅତି ତଳିଆ ଅଞ୍ଚଳ ହୋଇଥିବାରୁ ଜୁଆର ପାଣି ମଧ୍ୟ ଗାଁ ଭିତରକୁ ସିଧାସଳଖ ପ୍ରବେଶ କରିବ। ସେହିପରି
ବାତ୍ୟା ଓ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କ ଆଶ୍ରୟ ପାଇଁ ନାନ୍ଦପୁର କୋଇଲିଖା ଠାରେ  ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ହେଲେ ଉକ୍ତ ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଅସାମାଜିକ ବ୍ୟକ୍ତିବିଶେଷଙ୍କ ଆଡ୍ଡାସ୍ଥଳ ପାଲଟିଛି।
ଏବେ ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ଜିଲା ପ୍ରଶାସନ କହୁଥିବା ବେଳେ ଗ୍ରାଉଣ୍ଡରେ ତାହା ବିପରିତ ଦେଖା ଦେଇଛି। ଫଳରେ ଆଶ୍ରୟସ୍ଥଳରେ ଏ ପାର୍ଜୟନ୍ତ ଚାବି ଖୋଲୁନି।  କବାଟ ଝରକା ଭାଙ୍ଗି ଯାଇଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳ ପାଲଟିଛି। ତାହାସହ ବିଜୁଳି ଯୋଗାଣ ପାଇଁ ଜେନେରଟର ଥିଲେ ମଧ୍ୟ ତାହା  ଅଚଳ ହୋଇପଡିଥିବା ବେଳେ ଲାଇଟ ଫ୍ୟାନ ଭାଙ୍ଗି ଝୁଲି ରହିଛି। ସେହିପରି ନଦୀ ଓ ସମୁଦ୍ର ମଧ୍ୟକୁ ଯାଇଥିବା ମାଛଧରା ବୋଟ ଗୁଡିକ ଲଙ୍ଗର ପକାଇଛନ୍ତି ନଦୀକୂଳରେ। ମଙ୍ଗଳବାର ଠାରୁ ମାଛ ଧରିବାକୁ ନଯାଇ କୂଳରେ ବସି ରହିଛନ୍ତି ମତ୍ସ୍ୟଜୀବୀ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories