www.samajalive.in
Saturday, December 13, 2025
15.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ପାଇଁ ପାଟଣାରେ ପ୍ରସ୍ତୁତି ବୈଠକ

ପାଟଣା : ଓଡ଼ିଶା ଉପକୂଳରେ ମାଡ଼ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଆଜି ପୂର୍ବାହ୍ନରେ ପାଟଣା ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।  ସମ୍ଭାବ୍ୟ ବାତ୍ୟାର ସାମ୍ପ୍ରତିକ ସ୍ଥିତି ଓ ଗତିପଥ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ବିଡ଼ିଓ ଶିବ ଶଙ୍କର ମୁର୍ମୁ ସୂଚନା ଦେଇଥିଲେ। ବିଭିନ୍ନ ପଞ୍ଚାୟତରେ ତଳିଆ ଅଞ୍ଚଳ ଓ ଚାଳ ଘରେ ବିପଦସଂକୁଳ ଭାବେ ରହୁଥିବା ଜନସାଧାରଣଙ୍କୁ ନିକଟସ୍ଥ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଓ ରାଜୀବ ଗାନ୍ଧୀ ସେବାଗୃହକୁ ଅସ୍ଥାୟୀ ଭାବେ ଆଣି ଥଇଥାନ କରିବାକୁ ଆଲୋଚନା ହୋଇଥିଲା।

ସେହିପରି  ବିଦ୍ୟୁତ ସରବରାହ ପୁନଃ କାର୍ଯ୍ୟକ୍ଷମ, ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ, ଗର୍ଭବତୀ ମହିଳାଙ୍କ ଯତ୍ନ, ପରିସ୍ଥିତି ଉପୁଜିଲେ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ ଏବଂ ସାପକାମୁଡ଼ା ପ୍ରତି ସତର୍କତା ଆଦି ବିଷୟରେ ବିଧିବଦ୍ଧ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଡ଼ିଓ ମୁର୍ମୁଙ୍କ ବ୍ୟତୀତ ଅଧ୍ୟକ୍ଷା ସୁକାନ୍ତି ନାଏକ, ଡ଼ାକ୍ତର ନିରଞ୍ଜନ ସାହୁ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ,ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା,  ବିଇଓ ପୂର୍ଣ୍ଣଚନ୍ଦ୍ର ଅମାତ, ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ଏପିଓ ଦୀପକ ବେହେରା, ହିସାବ ଅଧିକାରୀ ପାର୍ବତୀ ସର୍ଦ୍ଦାର, ସେକ୍ସନ ଅଫିସର ପ୍ରଭାତ କୁମାର ନାଥ, ଯୋଗାଣ ଅଧିକାରୀ ସୁନୀତା ମାରାଣ୍ଡି ଓ ଅଗ୍ନିଶମ ତଥା ବିଦ୍ୟୁତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories