www.samajalive.in
Friday, December 12, 2025
19.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ‘ଦାନା’ ସଂପର୍କରେ ବିଧାୟକଙ୍କ ସମୀକ୍ଷା ବୈଠକ  

କଳାପଥର (ବାଙ୍କୀ): ଆଜି ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ତ୍ରିପାଠୀ ସମ୍ଭାବ୍ୟ ବାତ୍ୟା ଦାନାକୁ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍‌ସନ୍‌, ଓଆରଏସ୍‌ଏସ୍ ରଖିବା ସହ ପଶୁମାନଙ୍କ ପାଇଁ  ଗୋ-ଖାଦ୍ୟ ମହଜୁଦ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଜନସାଧାରଣଙ୍କୁ ଯୋଗାଇବା ସହ ପଂଚାୟତମାନଙ୍କରେ ବସୁଧା ଯୋଜନାରେ ଥିବା ପାଣି ଟାଙ୍କିରେ ପାଣି ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଦରଦାମ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ଗଛପଡି ରାସ୍ତା ଅବରୋଧ ହେଲେ ସଂଗେ ସଂଗେ ଅଗ୍ନିଶମ ବିଭାଗ ତରଫରୁ କଟର ସାହାଯ୍ୟରେ ରାସ୍ତା ଅବରୋଧ ହଟାଇବା ସହ ଗମନାଗମନର ସୁବିଧା କରିବା ପାଇଁ କହିଥିଲେ।  ବାଙ୍କୀରେ ଗୋଟିଏ ଓଡ୍ରାପ୍ଟ୍ ଟିମ୍ ପ୍ରସ୍ତୁତ ରହିବା ସହ ସମସ୍ତ କର୍ମଚାରୀମାନେ କାର୍ଯ୍ୟାଳୟ ନଛାଡିବା ପାଇଁ ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ। ବାଙ୍କୀ ବ୍ଲକର ବନ୍ଦାଳ, ଅନୁଆରୀ, ଓସ୍ତିଆ ଏବଂ ଡମପଡା ବ୍ଲକର ବିଲିପଡା ଓ ଡମପଡ଼ାରେ ବାତ୍ୟା ଆଶ୍ରୟସ୍ଥଳରେ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ବୋଲି ବିଡିଓ ଅଂଶୁମାନ ଦାସ ପ୍ରକାଶ କରିଛନ୍ତି।
ଏହି ବୈଠକରେ ଡମପଡ଼ା ତହସିଲଦାର ସୁଚୀସ୍ମିତା ଦାଶ, ଏନ୍‌.ଏ.ସି ନିର୍ବହୀ ଅଧିକାରୀ ସଂପଦ ସ୍ୱାଇଁ, ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, ଜିଲ୍ଲାପରିଷଦ ସଦସ୍ୟ ସଂଜୟ ପାତ୍ର, ସରଣ୍ଡା ଉନ୍ନୟନ ପରିଷଦର ସଭାପତି ଗତିକୃଷ୍ଣ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଧନଞ୍ଜୟ କିଷାନ୍‌, କାଉନସିଲର ସନାତନ ବେହେରା, ସମରେନ୍ଦ୍ର ମହାପାତ୍ର, ରାଜସ୍ୱ ସୁପରଭାଇଜର ଶ୍ରୀକାନ୍ତ ମହାପାତ୍ର ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ସେମାନଙ୍କ ମତାମତ ଦେଇଥିଲେ। ମହାନଦୀ ବନ୍ଧର ସୁରକ୍ଷା ପାଇଁ ଜଳସଂପଦ ବିଭାଗ ତରଫରୁ ବାଲିବସ୍ତା ମହଜୁଦ ରହିଛି ବୋଲି ସହକାରୀ ଯନ୍ତ୍ରୀ ପ୍ରଭାତ ପଟ୍ଟନାୟକ ପ୍ରକାଶ କରିଥିଲେ। ଆସନ୍ନ ପ୍ରସବ ମହିଳାମାନଙ୍କୁ ଜରୁରିକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ନେବପାଇଁ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ସମସ୍ତ ପ୍ରକାର ସୁବିଧା ଜନସାଧାରଣଙ୍କୁ  ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ବାଙ୍କୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories