www.samajalive.in
Monday, December 8, 2025
14.1 C
Bhubaneswar

ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ, ଏବେ ମାଗିଲେ କ୍ଷମା, କହିଲେ ଭୁଲ୍‌ ହୋଇଗଲା..

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କର ହତ୍ୟା ପରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ।  ୧୨ ଅକ୍ଟୋବରରେ ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ନେଇ ଜଣାପଡିଥିଲା । ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ମେସେଜରେ ସଲମାନ୍‌ ଖାନ୍‌ଙ୍କ ବିଷୟରେ ମଧ୍ୟ କୁହାଯାଇଥିଲା । ସଲମାନ୍‌ ଓ ବାବା ସିଦ୍ଦିକିଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ୍‌ଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ୧୮ ଅକ୍ଟୋବରରେ ମୁମ୍ବାଇ ଟ୍ରାଫିକ ପୁଲିସକୁ ଏକ ଅଜଣା ନମ୍ବରରୁ ମେସେଜ୍‌ ମିଳିଥିଲା । ଟ୍ରାଫିକ ପୁଲିସକୁ ମିଳିଥିବା ଏକ ହ୍ବାଟସଆପ୍‌ ବାର୍ତ୍ତାରେ କୁହାଯାଇଥିଲା, ଯଦି ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଶତ୍ରୁତା ଏଡାଇବାକୁ ଚାହୁଁଥାନ୍ତି, ତେବେ ତୁରନ୍ତ ବଟି ଆକାରରେ ୫ କୋଟି ଟଙ୍କା ଦିଅନ୍ତୁ। ଯଦି ଏଥିରେ ସଲମାନ ରାଜି ନ ହୁଅନ୍ତି, ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଯେପରି ହତ୍ୟା କରାଯାଇଛି, ଏ ତୁଳନାରେ ସଲମାନ ଅଧିକ ଭୟଙ୍କର ପରିଣାମ ଭୋଗିବେ ବୋଲି ବାର୍ତ୍ତାରେ ଧମକ ଦିଆଯାଇଛି। ଏହା ଏକ ଧମକପୂର୍ଣ୍ଣ ମେସେଜ୍‌ ଥିଲା । କାରଣ ଏଥିରେ ଲେଖାଯାଇଥିଲା, ଏହାକୁ ହାଲୁକାରେ ନିଅନ୍ତୁ ନାହିଁ ।

ସମ୍ଭାବ୍ୟ ବାତ୍ୟା ‘ଦାନା’; ଉତ୍ତର ଓଡିଶାରେ ରହିବ ବେଶୀ ପ୍ରଭାବ – ଆଇଏମ୍‌ଡି ଡିଜି

- Advertisement -

ମାତ୍ର ତାଜା ରିପୋର୍ଟ ଅନୁସାରେ, ପୁଲିସକୁ ସେହି ନମ୍ବରରୁ ଆଉ ଏକ ମେସେଜ୍‌ ମଧ୍ୟ ମିଳିଛି । ଯେଉଁଥିରେ ଧମକପୂର୍ଣ୍ଣ ମେସେଜ୍‌ ପାଇଁ କ୍ଷମା ମାଗି କହିଛନ୍ତି, ଏହା ଏକ ଭୁଲ୍‌ ଥିଲା । ରିପୋର୍ଟ ଅନୁଯାୟୀ ପୁଲିସ ନମ୍ବରଟିକୁ ଉତ୍ତରାଖଣ୍ଡରୁ ଟ୍ରେସ୍‌ କରିଛି ।
ଏଭଳି ଧମକ ପରେ ଓ ବଢାଯାଇଥିବା ସୁରକ୍ଷା ମଧ୍ୟରେ ମଧ୍ୟ ସଲମାନ୍‌ ନିଜ କାର୍ଯ୍ୟ ସୂଚୀକୁ ପ୍ରଭାବିତ ହେବାକୁ ଦେଇନଥିବା ଦେଖାଯାଇଛି । ଆଗକୁ ଆସିବାକୁ ଥିବା ଫିଲ୍ମ ସିକନ୍ଦରର ଶୁଟିଂ ମଧ୍ୟ କରିଛନ୍ତି । ଭାଇଜାନ୍‌ଙ୍କ ସୁରକ୍ଷା ପାଇଁ ଶୁଟିଂ ସେଟ୍‌ରେ ପ୍ରାୟ ୬୦ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ବିଗ୍‌ ବଶ୍‌ ଶୋ’ରେ ମଧ୍ୟ ସଲମାନ୍‌ ଦେଖାଯାଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories