ସମ୍ଭାବ୍ୟ ବାତ୍ୟା ‘ଦାନା’; ଉତ୍ତର ଓଡିଶାରେ ରହିବ ବେଶୀ ପ୍ରଭାବ – ଆଇଏମ୍‌ଡି ଡିଜି

ଭୁବନେଶ୍ୱର : ଉତ୍ତର ଓଡିଶାରେ ରହିବ ସମ୍ଭାବ୍ୟ ବାତ୍ୟା ‘ଦାନା’ର ବେଶୀ ପ୍ରଭାବ । ଏନେଇ ମଙ୍ଗଳବାର ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଇଏମ୍‌ଡି ଡିଜି କହିଛନ୍ତି, ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହେବ ।ବୁଧବାର ସକାଳେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ ।୨୪ ରାତି ଓ ୨୫ ସକାଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଏହାର ପ୍ରଭାବ ରହିବ । ପୁରୀରୁ ୨୪ ପ୍ରଗଣା ଜିଲା ମଧ୍ୟରେ ବର୍ଷା, ପବନ ବହିବ । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ରହିବ । ପ୍ରଭାବରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବ; ବୁଧବାର ସନ୍ଧ୍ୟାରୁ ଏହି ଜିଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା..

ଦେଖନ୍ତୁ ଭିଡିଓ; ରାସ୍ତାରେ ଗାଡି ଯାତାୟତ ବେଳେ ହଠାତ୍‌ ଆସିଗଲା ବିଶାଳକାୟ ଅଜଗର..

ମଙ୍ଗଳ-ଶନିଙ୍କ ବିଶେଷ ଯୋଗ; ଏହି ୪ ରାଶି ହେବେ ଭାଗ୍ୟଶାଳୀ, ଦୂର ହେବ ସମସ୍ୟା, ଭର୍ତ୍ତି ହେବ ଆଲମିରା..

Comments are closed.