www.samajalive.in
Friday, December 12, 2025
15.1 C
Bhubaneswar

ବିଜେପି ବିରୋଧୀ ବୈଠକରେ ଯୋଗ ଦେବେ ଷ୍ଟାଲିନ

ଚେନ୍ନାଇ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପିର ବାଟ ଓଗାଳିବା ଲକ୍ଷ୍ୟରେ ବିଜେପି ବିରୋଧୀ ସଙ୍ଘୀୟ ମେଣ୍ଟ ଗଠନ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ବୈଠକରେ ଯୋଗ ଦେବେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌. କେ. ଷ୍ଟାଲିନ। କଲିକତାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଷ୍ଟାଲିନଙ୍କ ଯୋଗଦାନ ନେଇ ଡିଏମ୍‌କେ ଟ୍ବିଟରରେ ସ୍ପଷ୍ଟ ସୂଚନା ଦିଆଯାଇଛି। କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ଡିଏମ୍‌କେର ସହଯୋଗୀ ଦଳଗୁଡିକ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଚେନ୍ନାଇଠାରେ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମମତା ନିଜେ ଯୋଗ ନ ଦେଇ ଦଳର ରାଜ୍ୟସଭା ସଦସ୍ୟ ଡେରେକ ଓ’ବିରୋନ୍‌ଙ୍କୁ ନିଜର ପ୍ରତିନିଧି ଭାବେ ପଠାଇଥିଲେ। ଅନ୍ୟପଟେ ଷ୍ଟାଲିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ। ସର୍ବୋପରି ମମତା ରାଜ୍ୟ ରାଜନୀତିରେ କମ୍ୟୁନିଷ୍ଟ ଶାସନ ସମାପ୍ତ କରିଥିବା ବେଳେ ତାମିଲନାଡୁରେ କମ୍ୟୁନିଷ୍ଟ ପାର୍ଟି ସହିତ ଷ୍ଟାଲିନ ନିର୍ବାଚନ ପୂର୍ବରୁ ମେଣ୍ଟ ଉଦ୍ୟମ କରିଛନ୍ତି। ଏହି ଦୃଷ୍ଟିକୋଣରୁ ଉପରୋକ୍ତ ବୈଠକରେ ସେ ଯୋଗଦେବା ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories