www.samajalive.in
Sunday, December 14, 2025
19.1 C
Bhubaneswar

ବିବାହ ପାଇଁ ଜିଦ୍‌ କରିବାରୁ ନାବାଳିକା ଛାତ୍ରୀଙ୍କୁ ଜୀବନ୍ତ ପୋଡ଼ି ମାରିଦେଲା ପ୍ରେମିକ

ସମାଜ ଡିଜିଟାଲ ଡେସ୍କ: ବିବାହ ପାଇଁ ଜିଦ ଧରି ନାବାଳିକାକୁ ଜୀବନ୍ତ ପୋଡ଼ି ମାରିଦେଇଛି ପ୍ରେମିକ। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର କଡପା ଅନ୍ତର୍ଗତ ବଡଭେଲ ଅଞ୍ଚଳରୁ। ପୁଲିସ ଅଭିଯୁକ୍ତ ଜେ. ବିଘ୍ନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ଅନୁସାରେ, ନାବାଳିକା ଜଣକ ଯୁକ୍ତ ୨ରେ ପଢୁଥିଲେ। ପୂର୍ବରୁ ତାଙ୍କର ଅଭିଯୁକ୍ତ ସହିତ ପ୍ରେମ ସମ୍ପର୍କ ରହିଥିଲା। ଅଭିଯୁକ୍ତ ବିଘ୍ନେଶଙ୍କ ନାବାଳିକା ସହିତ ସମ୍ପର୍କ ଛିନ୍ନ କରି ଅନ୍ୟ ଜଣେ ଯବୁତୀଙ୍କୁ ବିବାହ କରିଥିଲେ। ହେଲେ ଗତ ୬ ମାସ ତଳୁ ନାବାଳିକା ଜଣକ ବଘ୍ନେଶକୁ ଭେଟି ତାଙ୍କୁ ବିବାହ କରିବାକୁ ଜିଦ କରିଥିଲେ। ବିଘ୍ନେଶ ବିବାହ ପାଇଁ ମନା କରିଦେଇଥିଲେ। କିନ୍ତୁ ନାବାଳିକା ବାରମ୍ବାର ତାଙ୍କୁ ବିବାହ ପାଇଁ ଚାପ ପକାଉଥିଲେ। ଏଥିରେ ରାଗିଯାଇଥିଲେ ବିଘ୍ନେଶ। ସେ କୌଶଳକ୍ରମେ ନାବାଳିକାଙ୍କୁ ଭେଟିବାକୁ ଶନିବାର ବଡ଼ଭେଲ ଅଞ୍ଚଳକୁ ଡାକିଥିଲେ। ନାବାଳିକା ଆସିବା ପରେ ସେଠାରେ ବିଘ୍ନେଶ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନାବାଳିକାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ରବିବାର ଭୋର ସମୟରେ ନାବାଳିକାଙ୍କ ମୃତ୍ୟୁ ଘଟିଛି।

- Advertisement -

ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖପ୍ରକାଶ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଦଣ୍ଡବିଧାନ ପାଇଁ ପୁଲିସକୁ ନିର୍ଦେଶ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories