www.samajalive.in
Sunday, December 14, 2025
26.1 C
Bhubaneswar

୧୪ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଁ ସଂଘର୍ଷ କରୁଛନ୍ତି ୭୪ ବର୍ଷୀୟ ହରିହର

ପାଟଣା : ଗତ ୧୪ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତରୁ ବ୍ଲକ ଦୌଡି ଦୌଡି ହତାଶ ହୋଇ ପଡିଲେଣି ହରିହର। ଏବେ ପୁଣି ଅନଲାଇନରେ ଆବେଦନ କରିବାକୁ କୁହାଯିବାରୁ ତାହା ମଧ୍ୟ ସେ କରିଛନ୍ତି। ଏଥର ମିଳିବ କି ପୁଣି ବର୍ଷ ବର୍ଷ ଅପେକ୍ଷା କରି ଚିକିତ୍ସା ଅଭାବରୁ ଆଖି ବୁଜିବେ ତାହା ସେ କହିପାରୁ ନାହାନ୍ତି। ପତ୍ନୀଙ୍କୁ ବହୁ ବର୍ଷ ହେଲା ହରାଇବା ସହ କିଛି ମାସ ତଳେ ବଡ଼ପୁଅକୁ ମଧ୍ୟ ହରାଇଛନ୍ତି ୭୪ ବର୍ଷୀୟ ବୃଦ୍ଧ ହରିହର ନାଏକ। ଘର ତାଙ୍କର ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ଅନ୍ତର୍ଗତ କେତାଙ୍ଗ ଗ୍ରାମରେ। ସରକାରୀ ସାହାଯ୍ୟ କହିଲେ କେବଳ ଚାଉଳ ମିଳୁଛି। ଚିକିତ୍ସା ଖର୍ଚ୍ଚ ପାଇଁ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ। ଏଭଳି ସ୍ଥିତିରେ ହରିହରକୁ ବାର୍ଦ୍ଧକ୍ୟ ଭତ୍ତାର ନିତ୍ୟାନ୍ତ ଆବଶ୍ୟକତା ଥିବା ସେ କହିଛନ୍ତି। ଏବେ ତାଙ୍କର ୭୪ ବର୍ଷ ହେଲାଣି। ଆଉ କେବେ ସରକାର ତାଙ୍କୁ ଭତ୍ତା ଦେବେ ବୋଲି କ୍ଷୋଭ ଭରା କଣ୍ଠରେ କହିଛନ୍ତି। ପାଟଣା ବ୍ଲକ ପ୍ରଶାସନ କେତାଙ୍ଗର ହରିହରଙ୍କୁ ଭତ୍ତା ପ୍ରଦାନ ଗତ ସହଯୋଗ ଯୋଗାଇଦେବାକୁ ଦାବି ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories