www.samajalive.in
Monday, December 15, 2025
16.1 C
Bhubaneswar

ସାହାରପଡା ରାଜସ୍ବ ବଙ୍ଗଳା ଏବେ ଭୂତକୋଠି

ପାଟଣା : ସାହାରପଡା ବ୍ଲକ ମୁଖ୍ୟାଳୟ ୨୨୦ ନମ୍ବର ଜାତୀୟ ରାଜପଥ କଡକୁ ଲାଗି ରହିଛି ରାଜସ୍ୱ ବଙ୍ଗଳା । ସାହାରପଡା ତହସିଲ ଘୋଷଣା ହେବାର ବହୁ ବର୍ଷ ପୂର୍ବରୁ ଉକ୍ତ ବଙ୍ଗଳାଟି ରହିଆସିଛି । ସାହାରପଡା ପୂର୍ବରୁ କେନ୍ଦୁଝର ତହସିଲ ସହିତ ମିଶିକି ରହିଥିଲା । ସେତେବେଳେ କେନ୍ଦୁଝରରୁ ତହସିଲଦାର କିମ୍ବା ରାଜସ୍ବ ବିଭାଗର ଉପରିସ୍ଥ କର୍ମଚାରୀମାନେ ସାହାରପଡା ଆସିଲେ ଏଠାରେ ରହିବା ସହିତ ଅସ୍ଥାୟୀ କାର୍ଯ୍ୟାଳୟ ଓ କ୍ୟାମ୍ପକୋର୍ଟ ଆଦି ଏଠାରେ ବସୁଥିଲା । ସାହାରପଡା ତହସିଲ ଘୋଷଣା ହେଵା ପରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଏହି ବଙ୍ଗଳାରେ ତହସିଲ ଅଫିସ ଚାଲିଥିଲା  ମାତ୍ର ଏବେ ଏହାର ଗୁରୁତ୍ୱ କମିଯାଇଛି । ଏଠାରେ ଜଣେ କର୍ମଚାରୀ ରହୁଥିଲେ ମଧ୍ୟ କେହି ନ ରହିଲା ପରି ଶ୍ରୀହୀନ ହୋଇଯାଇଛି । ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗି ରୁଜି ଗଲାଣି । ଘର ଚାରିପଟେ ଲତାବୁଦାରେ ପରିପୂର୍ଣ୍ଣ ଜଙ୍ଗଲ ପରି ଦେଖାଯାଉଛି । ଏଠାରେ କିଛିଦିନ ପାଇଁ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ମଧ୍ୟ ଚାଲିଥିଲା ସେତେବେଳେ ଏହାର ଚାରିପାଖ ସଫା ସୁତୁରା ହେଵା ସହିତ ଆକର୍ଷଣୀୟ ଦେଖାଯାଉଥିଲା । ରାଜସ୍ବ ବିଭାଗ ଉକ୍ତ ବଙ୍ଗଳାର ରକ୍ଷଣା ବେକ୍ଷଣା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories