www.samajalive.in
Friday, December 12, 2025
15.1 C
Bhubaneswar

ଚର୍ଚ୍ଚାରେ ପନ୍ତ୍‌ ; ସାମାଜିକ ଗଣମାଧ୍ୟମରେ ପ୍ରେମିକାଙ୍କ ସହ ଫଟୋ

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ୍‌ ଦଳର ଯୁବ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ ଗୁରୁବାର ସାମାଜିକ ଗଣମାଧ୍ୟମରେ ପ୍ରେମିକାଙ୍କ ସହ ଫଟୋ ଛାଡ଼ିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ପନ୍ତ୍‌ ଓ ତାଙ୍କ ପ୍ରେମିକା ଈଶା ନେଗିଙ୍କ ଫଟୋ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋ ଛାଡ଼ିବା ସହ ପନ୍ତ୍‌ ଲେଖିଛନ୍ତି ଈଶା ଖୁସି ଥିବାରୁ ସେ ଖୁସି ଅଛନ୍ତି। ସୂଚନାଥାଉକି ପନ୍ତ୍‌ ପ୍ରଥମଥର ପାଇଁ ପ୍ରେମିକାଙ୍କ ସହ ଫଟୋ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।
ସମାନ ଫଟୋକୁ ଈଶା ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଛାଡ଼ିବା ସହ ପନ୍ତ୍‌ ତାଙ୍କ ପ୍ରେମିକ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ରେ ପନ୍ତ୍‌ ଭାରତ ତରଫରୁ ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଏହି ଟେଷ୍ଟ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଥିଲା। ପନ୍ତ୍‌ ଏହି ସିରିଜ୍‌ର ୭ଟି ଇନିଂସରେ ୩୫୦ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଗୋଟିଏ ଶତକ ରହିଥିଲା। ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଟେଷ୍ଟ ଶତକ ହାସଲ କରିବାରେ ପନ୍ତ୍‌ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌।
ଅନ୍ୟଏକ ଘଟଣାକ୍ରମରେ ପନ୍ତ୍‌ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଛନ୍ତି ପଡ଼ିଆରେ ଯଦି ପ୍ରତିପକ୍ଷ ଦଳର କୌଣସି ଖେଳାଳି ତାଙ୍କୁ ଚିଡ଼ାନ୍ତି ତେବେ ସେ ଏହାର ଦୃଢ଼ ଜବାବ ଦେବେ। ତାଙ୍କ ଆତ୍ମସମ୍ମାନ ପ୍ରତି ଆଞ୍ଚ ଆଣିବାକୁ ଚେଷ୍ଟା କରିଥିବା ବ୍ୟକ୍ତିଙ୍କୁ ସେ ଛାଡ଼ିବେ ନାହିଁ। ଭାରତୀୟ କ୍ରିକେଟ୍‌ଦଳର ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂ ଧୋନି ଓ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟରକ୍ଷକ ଆଦାମ ଗିଲ୍‌ଖ୍ରୀଷ୍ଟ ତାଙ୍କ ଆଦର୍ଶ ବୋଲି ପନ୍ତ୍‌ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories