www.samajalive.in
Saturday, December 13, 2025
26.1 C
Bhubaneswar

କୌଣସି ଜୀବକୁ ହତ୍ୟା କରିନାହାଁନ୍ତି; କାହିଁକି ଭୁଲ ମାଗିବେ ସଲମାନ? ପୁଅ ପାଇଁ ବାହାରିଲେ ସଲିମ୍‌‌ ଖାନ୍‌‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲଗାତର ମିଳୁଥିବା ଧମକ, କ୍ଷମା ପ୍ରାର୍ଥନା ଦାବି ଏବଂ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣା ପରିପ୍ରେକ୍ଷୀରେ ଶେଷରେ ମୁହଁ ଖୋଲିଛନ୍ତି ସଲମାନଙ୍କ ବାପା ସଲିମ୍‌‌ ଖାନ୍‌‌। ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେବା ଅବସରରେ ସଲିମ୍‌‌ କହିଛନ୍ତି ଯେ ଏସବୁ ଘଟଣା ପାଇଁ ତାଙ୍କ ପୁଅର ସ୍ୱାଧୀନତା ଛଡ଼ାଇ ନିଆଯାଉଛି। ଗତବର୍ଷ ମଧ୍ୟ ତାଙ୍କ ପୁଅକୁ ହତ୍ୟା କରିବାକୁ ଲଗାତର ଧମକ ମିଳୁଥିଲା। ଏବେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯିବା ପରେ ବର୍ତ୍ତମାନ ସ୍ଥିତି ଆହୁରି ଜଟିଳ ହୋଇଛି। ଆମକୁ ପୁଲିସ ଯାହା କହୁଛି ତାହା କରୁଛୁ ବୋଲି ସଲିମ୍‌‌ କହିଛନ୍ତି। ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ କ୍ଷମା ମାଗିବା ହେଉଛି ‘ମୁଁ ହତ୍ୟା କରିଛି ବୋଲି ସ୍ୱୀକାର କରିବା’। ସଲମାନ କେବେ ବି କୌଣସି ଜୀବଙ୍କୁ ହତ୍ୟା କରିନାହାଁନ୍ତି। ସଲମାନ କାହାକୁ କ୍ଷମା ମାଗିବେ ଏବଂ ଆପଣ କେତେ ଲୋକଙ୍କୁ କ୍ଷମା ମାଗିଛନ୍ତି, କେତେ ପଶୁଙ୍କ ଜୀବନ ରକ୍ଷା କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସଲିମ୍‌‌। ସଲିମ ଖାନ ନିଜ ପୁଅକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସଲମାନ ମୃଗ ମାରିବା ଦେଖିଛନ୍ତି କି ବୋଲି ବିଷ୍ଣୋଇ ସମାଜକୁ ପ୍ରଶ୍ନ କରିଛନ୍ତି। ଆମେ କେବେ ବନ୍ଧୁକ ମଧ୍ୟ ବ୍ୟବହାର କରିନାହୁଁ। ସଲମାନ କୌଣସି ଅପରାଧ କରିନାହାଁନ୍ତି ତେବେ କାହିଁକି କ୍ଷମା ମାଗିବେ। ମୁମ୍ବାଇରେ ଅକ୍ଟୋବର ୧୨ରେ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories