www.samajalive.in
Monday, December 8, 2025
13.1 C
Bhubaneswar

ସାପ କାମୁଡାରେ ବାପା, ଝିଅ ମୃତ

ହରଭଙ୍ଗା : ସାପ କାମୁଡାରେ ବାପା, ଝିଅ ମୃତ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ହାଟପଦା ସାହିରେ। ମୃତକ ସୁଶାନ୍ତ କହଁର ଏବଂ ଶୁଭସ୍ମିତା କହଁର ବୋଲି ଜଣାପଡିଛି। ସୂଚନା ଅନୁସାରେ ଶୁକ୍ରବାର ରାତିରେ ସୁଶାନ୍ତ ଠିଡିକାଜୋରସ୍ଥିତ ନିଜ ଘରେ ପରିବାର ଲୋକଙ୍କ ସହିତ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ଝିଅ ଶୁଭସ୍ମିତା ଏବଂ ବାପା ସୁଶାନ୍ତଙ୍କୁ କାମୁଡ଼ିଥିଲା। ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଉଭୟଙ୍କୁ ଫୁଲବାଣୀ ମେଡିକାଲକୁ ନିଆଯାଇଥିଲା।  ଆଜି ଭୋର ସମୟରେ ପ୍ରଥମେ ଝିଅ ଶୁଭସ୍ମିତା ଏବଂ ପରେ ବାପା ସୁଶାନ୍ତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ ସୁଶାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ଗୁମାଗଡ଼ ହୋଇଥିବା ଜଣାପଡିଛି। ସେ ହରଭଙ୍ଗା ବ୍ଲକ ମାରଦିଙ୍ଗ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ଚାରିଛକ ଠିଡିକାଜୋରରେ ଏକ ଭଡା ଘରେ ରହୁଥିଲେ। ତାଙ୍କର ମୃତ୍ୟୁ ଖବର ସମଗ୍ର ଗାଁରେ ଶୋକର ଛାୟା ଖେଳାଇଦେଇଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories