www.samajalive.in
Friday, December 12, 2025
14.1 C
Bhubaneswar

କୁମ୍ଭମେଳାରେ ରାଷ୍ଟ୍ରପତି

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲୁଥିବା କୁମ୍ଭମେଳାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମାର୍ଥ ନିକେତନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ରାମ ନାଏକ ପ୍ରମୁଖ ଉପସ୍ଥିତି ଥିଲେ। କୁମ୍ଭମେଳାର ପ୍ରସ୍ତୁତିକୁ ନେଇ ରାଷ୍ଟ୍ରପତି ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ‘ଏହି ଆୟୋଜନ ଦ୍ୱାରା ସ୍ଥାନୀୟ ଲୋକ ବହୁ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି, କିନ୍ତୁ ଲୋକମାନେ ଏହାର ମହତ୍ୱକୁ ବୁଝି ପାରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥିବା ଏକ ବଡ ବିଶ୍ୱାସ ଓ ଆସ୍ଥାର ପ୍ରତୀକ’ ବୋଲି ରାଷ୍ଟ୍ରପତି କହିଛନ୍ତି।
ସେହିପରି ଯୋଗି ଆଦିତ୍ୟନାଥ କହିଛନ୍ତି କୁମ୍ଭ-୨୦୧୯ରେ ସ୍ୱଚ୍ଛତା ଉପରେ ଅଧିକ ଦୃଷ୍ଟି ଦିଆଯାଇଛି। ଚଳିତଥର କୁମ୍ଭମେଳାରେ ୧ଲକ୍ଷ ୨୦ ହଜାର ଶୌଚାଳୟ ନିର୍ମାଣ କରାଯାଇଥିବା ସେ କହିଛନ୍ତି।
ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଙ୍ଗଳବାର ପ୍ରୟାଗରାଜରେ ବୁଡ ପକାଇଥିଲେ। ଯାହାର ଫଟୋ ସେ ଟୁଇଟରରେ ସେୟାର କରିଥିଲେ। ସେହିପରି ବୁଧବାର କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ପ୍ରୟାଗରାଜରେ ପହଞ୍ଚିଥିଲେ। ସେ କୁମ୍ଭରେ ଥିବା ସ୍ୱଚ୍ଛତା ଗ୍ରାମ ପରିଦର୍ଶନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories