ଆମେରିକାରେ ୫୬ ତମ ବାର୍ଷିକ ସମ୍ମିଳନୀ ପାଳନ କରିବ ଓଡିଶା ଆମେରିକା ସମାଜ, ଯୋଗଦେବେ ଓଡ଼ିଆ କଳାକାର

ଡ଼େସ୍କ: ଓଡିଶା ଆମେରିକା ସମାଜ ହେଉଛି ଭାରତ ବାହାରେ ଥିବା ସବୁଠାରୁ ବଡ ଓଡିଆ ସଂସ୍ଥା। ଓଡିଶା ଆମେରିକା ସମାଜ ଅଣ-ରାଜନୈତିକ, ଅଣ-ଧାର୍ମିକ, ଅଣ-ଲାଭକାରୀ ସର୍ବସାଧାରଣ ସମାଜ ଯୁକ୍ତରାଷ୍ଟ୍ରରେ ପଞ୍ଜୀକୃତ ହୋଇଛି। ଓଡିଶା ଆମେରିକା ସମାଜ ନିଜର ୫୬ତମ ବାର୍ଷିକ ସମ୍ମିଳନୀ ୨୦୨୫ ଜୁଲାଇ ୩ରୁ ୭ ପର୍ଯ୍ୟନ୍ତ ହିଲଟନ୍ ଏମ୍ବାସି ସୁଟ୍ସ, ଫ୍ରିକ୍ସୋ, ଟେକ୍ସାସ୍, ୟୁଏସ୍ଏରେ ପାଳନ କରିବାକୁ ଯାଉଛି। ତପନ ପାଢୀଙ୍କୁ ଏହାପାଇଁ ମୁଖ୍ୟ ସମ୍ମିଳନୀକାରୀ ଭାବରେ ଚୟନ ଓ ନିଯୁକ୍ତ କରାଯାଇଥିବା ଜଣାପଡିଛି।

୧୯୬୯ ମସିହାରେ କିଛି ଓଡିଆଙ୍କ ଦ୍ବାରା ଆମର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ ଦେବାପାଇଁ ଏହାକୁ ସ୍ଥାପନା କରାଯାଇଥିଲା। ବର୍ତ୍ତମାନ ଏହି ସଂସ୍ଥାରେ ଅନେକ ଓଡିଆ ଯୋଡି ହୋଇଛନ୍ତି ଓ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ୨ ହଜାରରୁ ଅଧିକ ଓଡିଆ ସାମିଲ ହେବେ ବୋଲି ଆଶା କରାଯାଉଛି। ଓଡିଆ ଜାତିର ସର୍ବାଙ୍ଗୀନ ଉନ୍ନତ୍ତି ପାଇଁ ଭାରତ ବାହାରେ ଏହା ସବୁଠୁ ବଡ ଓଡିଆ ସମ୍ମିଳନୀ ହେବାକୁ ଯାଉଛି।

ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଏକତା ସଂସ୍କୃତି ସମୃଦ୍ଧି’। ଆମ ସଂସ୍କୃତି, ବିଶ୍ବର ଅମୂଲ୍ୟ ଧନ, ଏକତାରେ ସମୃଦ୍ଧ। ଏହି ସମ୍ମିଳନୀର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ ରହିଛି ସମ୍ପ୍ରଦାୟର ଉତ୍କର୍ଷତାକୁ ସଶକ୍ତ କରିବା ଓ ଐତିହ୍ୟକୁ ପାଳନ କରିବା ସମୟରେ ଅଭିବୃଦ୍ଧିକୁ ପ୍ରେରଣା ଦେବାପାଇଁ ପରବର୍ତ୍ତୀ ପିଢିକୁ ନିୟୋଜିତ କରିବା। ଏହି ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଛି। ସମ୍ମିଳନୀରେ ‘ମେକ୍ ଇନ୍ ଓଡିଶା’କୁ ପ୍ରୋତ୍ସାହିତ କରିବାକୁ ଉଦ୍ୟୋଗୀମାନଙ୍କର କନକ୍ଲେଭ୍ ଆୟୋଜିତ ହେବାକୁ ଯାଉଛି। ଏହି ସମ୍ମିଳନୀରେ ଓଡିଶାର ଲୋକପ୍ରିୟ କଳାକାର ପ୍ରଦର୍ଶନ କରିବା ସହିତ ହ୍ୟାଣ୍ଡଲୁମ୍, ଟେକ୍ସଟାଇଲ୍, ହସ୍ତଶିଳ୍ପ ଓବଂ ଓଡିଶାର କୃଷିର ବିଭାଗ ପାଇଁ ସ୍ବତନ୍ତ୍ର ବିଭାଗ ଉତ୍ସର୍ଗ କରାଯିବ। ସମ୍ମିଳନୀରେ ଓଡିଆ ଖାଇବା, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ମହିଳା ସଶକ୍ତିକରଣ, ସାହିତ୍ୟ, ଆଧ୍ୟାତ୍ମିକ ଅଭିବୃଦ୍ଧି ଏବଂ ଯୁବ କାର୍ଯ୍ୟକଳାପ ଉପରେ ଅନେକ ପ୍ରକାରର କାର୍ମଶାଳା ଅନୁଷ୍ଠିତ ହେବା ସହିତ ଅନେକ ଓଡିଆ କେନ୍ଦ୍ରିୟ ବ୍ୟବସାୟକୁ ସେମାନଙ୍କ ଉତ୍ପାଦ ଓ ବିକାଶ ପାଇଁ ଏକାଧିକ ବୁଥ ଯୋଗାଇ ଦିଆଯିବ। ଓଡିଶାରୁ ଯୁକ୍ତରାଷ୍ଟ୍ର ଯିବା ପାଇଁ ଇଛୁକ ବ୍ୟକ୍ତି ମାନଙ୍କ ଭିସା କରିବାରେ ସାହାଯ୍ୟ କରିବା ସହ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କହିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ମନୋଜ ମହାପାତ୍ର। ଶ୍ରୀ ମହାପାତ୍ର ଓଡିଶା ଆମେରିକା ସମାଜ ସହ ୩୫ ବର୍ଷରୁ ଅଧିକ ସମୟ ହେବ ଯୋଡି ହୋଇ ରହିଛନ୍ତି।

Comments are closed.