ସଦସ୍ୟତା ଅଭିଯାନରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସରଲକାନୀ ଠାରେ ବିଜେପି ପକ୍ଷରୁ ଜାରି ରହିଥିବା ସଦସ୍ୟତା ଅଭିଯାନ କ୍ରମରେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି। ଏକ ଦିବସୀୟ ସମ୍ବଲପୁର ଗସ୍ତରେ ଆସି ଶ୍ରୀ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ବିଜେପିର ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ଚଳିତ ବର୍ଷ ସର୍ବମୋଟ ଦଳର ସଦସ୍ୟତା ୧୧ କୋଟିରୁ ଊର୍ଦ୍ଧ୍ବ ହୋଇ ସାରିଥିବା ବେଳେ ଦଳ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଆଗକୁ ବଢ଼଼ାଉଛି। ବିଜେପି ଦଳରେ ଲୋକେ ଉତ୍ସାହର ସହିତ ଯୋଡି ହେଉଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। କାର୍ଯ୍ୟକ୍ରମରେ ୧୦୦ ଜଣ ନୂତନ ସଦସ୍ୟ ଓ ସଦସ୍ୟାଙ୍କ ସହିତ ଶ୍ରୀ ପଣ୍ଡା ସାକ୍ଷାତକାର କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲା ସାଧାରଣ ସମ୍ପାଦକ ଅନୀଲ ବେହେରା, ଜିଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ଜିଲା ଉପ ସଭାପତି ଫଣୀ ଭୂଷଣ ମିଶ୍ର, ଗୋବିନ୍ଦ ଅଗ୍ରୱାଲ, ଅରୁଣ ଦାସ, ଡ. ପ୍ରମୋଦ ରଥ ଙ୍କ ସମେତ ଅନେକ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Comments are closed.