ବିଷପାନ କରି ଯୁବତୀଙ୍କ ଆତ୍ମହତ୍ୟା

ଫୁଲବାଣୀ: ଟାଉନ ଥାନା ଅଞ୍ଚଳରେ ଜନୈକା ଯୁବତୀ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ସ୍ଥାନୀୟ ବସଷ୍ଟାଣ୍ଡ ଅଞ୍ଚଳ ବାପୁଜୀ ନଗରର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନମିତା (ଛଦ୍ମନାମ) କୌଣସି କାରଣରୁ ଗୁରୁବାର ବିଷ ପାନ କରି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଟାଉନ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଥିବା ବେଳେ ଶନିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି।

Comments are closed.