ବାଙ୍କୀ ମହୋତ୍ସବ ୨୦୨୪ – କାର୍ଯ୍ୟରତ ସାମ୍ବାଦିକଙ୍କୁ ଅସମ୍ମାନ

କଳାପଥର (ବାଙ୍କୀ): ବାଙ୍କୀ ମହୋତ୍ସବ ଇତିହାସରେ ଲାଗିଲା କଳଙ୍କ। ବାଙ୍କୀ ମହୋତ୍ସବ ପେଣ୍ଡାଲ ଆଗରେ ନିଜ ମହୋତ୍ସବ ପରିଚୟ ପତ୍ର ଫୋପାଡ଼ିଛନ୍ତି ସାମ୍ବାଦିକ ଗଣ। ପ୍ରଥମ ଥର ପାଇଁ ବାଙ୍କୀ ମହୋତ୍ସବ ମଞ୍ଚରେ ଦେଖାଗଲା ଅନିୟମିତତା। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ପାଇଁ ଡାକି  ତାଙ୍କୁ  ଅସମ୍ମାନନ କରିଛନ୍ତି କମିଟିର ନେତୃବୃନ୍ଦ। କିଛି ଖଳ ପ୍ରକୃତିର ଲୋକଙ୍କ ପ୍ରରୋଚନାରେ ନିଜ ହିତାହିତ ଜ୍ଞାନ ଭୁଲି ଏଭଳି ଅମାନୁଷିକ କାମ କରିଛନ୍ତି ପ୍ରତିଷ୍ଠାତା ସଭାପତି ଏବଂ ସମ୍ପାଦକ। ଯାହା ଆଜି ସମଗ୍ର ବାଙ୍କୀର କାର୍ଯ୍ୟରତ ସାମ୍ବାଦିକଙ୍କୁ  ମାର୍ମହତ କରିଛି।
ଘଟଣା ଅନୁଯାୟୀ ବାଙ୍କୀ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ବହୁ ବାଙ୍କୀ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ପୂର୍ବରୁ ନିମନ୍ତ୍ରଣ ପତ୍ର ରେ ପ୍ରକାଶିତ କରାଯାଇଥିଲା ଏବଂ ଏହା ଭିତରେ ଜଣେ କାର୍ଯ୍ୟରତ ବାଙ୍କୀ ବ୍ଲକ କଳାପଥର ସମାଜ ସାମ୍ବାଦିକ ମାନସ ରଞ୍ଜନ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଦୁଃଖର ବିଷୟ ଯେ, ମାନସଙ୍କୁ ମଞ୍ଚ ଉପରୁ ନିରାଶ ହୋଇ ଫେରିବାକୁ ପଡିଥିଲା। ସମସ୍ତ ପ୍ରତିଭା ମାନେ ସମ୍ବର୍ଦ୍ଧିତ ହୋଇଥିଲେ ମଧ୍ୟ ସାମ୍ବାଦିକ ମାନସଙ୍କୁ ମଞ୍ଚ ଉପରେ ଅଣଦେଖା କରାଯାଇଥିଲା । ଯେଉଁଥିପାଇଁ ମଞ୍ଚ ଉପରୁ ଅସମ୍ମାନୀତ ହୋଇ ଫେରିଥିଲେ ମାନସ।
ଅନ୍ୟପଟେ ଘଟଣା ସମ୍ପର୍କରେ ମହୋତ୍ସବର ସମ୍ପାଦକ ଗଣେଶ୍ୱର ସ୍ଵାଇଁଙ୍କୁ ସାମ୍ବାଦିକ ମାନେ ଏ ବାବଦରେ ପ୍ରଶ୍ନ କରିବାରୁ,  କିଛି ଉତ୍ତର ନ ଦେଇପାରି ଘଟଣାସ୍ତଳରୁ ଫେରାର ହୋଇଯାଇଥିଲେ ଶ୍ରୀ ସ୍ୱାଇଁ ଏବଂ ଘଟଣା ସମ୍ପର୍କରେ ଖବର ନେବାରୁ ଜଣାପଡିଛି,  ମାନସଙ୍କୁ ସମ୍ବର୍ଦ୍ଧନା ନକରିବା ପାଇଁ କିଛି ଖଳ ପ୍ରକୃତିର ଲୋକଙ୍କ ଚାପରେ କୁଆଡେ ଭୟଭୀତ ହୋଇପଡି ନିଜର ମତ ଵା ନିଷ୍ପତି ବଦଳାଇଛନ୍ତି ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ। ଏକଥା ନିଜେ ଶ୍ରୀ ତ୍ରିପାଠୀ ତାଙ୍କୁ କହିଥିବା ସାମ୍ବାଦିକ ମାନସ ସାହୁ ନିଜେ ପ୍ରକାଶ କରିଛନ୍ତି । ତେବେ ଏ ଘଟଣାର କାରଣ ଯାହା ହେଉନା କାହିଁକି,  ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ ଏବଂ ସମ୍ପାଦକ ଗଣେଶ୍ୱର ସ୍ୱାଇଁଙ୍କ ଦ୍ୱାରା ଏଭଳି ଏକ ନିନ୍ଦନୀୟ ନିଷ୍ପତି ନେବା ଜମାରୁ ଗ୍ରହଣୀୟ ନୁହେଁ ଓ ଏହା ବାଙ୍କୀ ମହୋତ୍ସବ ରେ ଏକ ନିନ୍ଦନୀୟ ଘଟଣା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed.