ବାରବାଟୀରେ ରଣଜୀ ଟ୍ରଫି – ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା

ଡେସ୍କ: ବାରବାଟୀ ଲଢେଇ। ରଣଜୀ ଟ୍ରଫିର ଉଦଘାଟନୀ ମ୍ୟାଚରେ ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା। ହୋମଗ୍ରାଉଣ୍ଡ ବାରବାଟୀ ଷ୍ଟାଡିଅମରେ ରଚିଲେ ରେକର୍ଡ। ଜମୁ କଶ୍ମୀର ବିପକ୍ଷରେ ସେ ଏହି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଠାରୁ ବାରବାଟୀ ଷ୍ଟାଡିଅମରେ ଆରମ୍ଭ ହୋଇଥିବା ଓଡିଶା ଓ ଜମ୍ମୁ କଶ୍ମୀର ମ୍ୟାଚରେ ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା। ପ୍ରଥମ ପାଳିରେ ଓପନର ଅଭିନବ ପୁରୀ ଓ ସୌରଭ କନୋଜିଆ ଦୁଇ ଅଙ୍କ ଛୁଇଁବା ପୂର୍ବରୁ ଓଡ଼ିଶାର ପେସ ଆଟାକ ଆଗରେ ହାର ମାନିଥିଲେ। କେବଳ ଅବଦୁଲ ସାମଦଙ୍କ ଧୂଆଁଧାର ୧୨୭ ରନର ଶତକୀୟ ପାଳି ଜମ୍ମୁ କଶ୍ମୀରକୁ ୨୭୦ ରନରେ ପହଞ୍ଚାଇଥିଲା।

ଓଡିଶା ପକ୍ଷରୁ ଆଜି ରଣଜୀ ପଦାର୍ପଣ କରିଥିବା ସୁମିତ ପ୍ରଥମ ମ୍ୟାଚରେ ହିଁ ୫ ୱିକେଟ ଅର୍ଜନ କରି ବିପକ୍ଷ ଦଳକୁ ବ୍ୟାକଫୁଟକୁ ଆଣିଥିଲେ। ସେହିପରି ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ ନେଇ ଜାମ୍ମୁ କଶ୍ମୀରର ବଡ଼ ସ୍କୋରକୁ ଅଟକାଇବାରେ ସଫଳ ହୋଇଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଏକ ୱିକେଟ ସହ ପ୍ରଥମ ପାଳିରେ 15 ରନ କରିଛି ଓଡିଶା। ଶାନ୍ତନୁ ମିଶ୍ର ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିବା ପରେ ଅନୁରାଗ ଷଡ଼ଙ୍ଗୀ ଓ ସନ୍ଦୀପ ପଟ୍ଟନାୟକ ପିଚରେ ଅପରାଜିତ ରହିଛନ୍ତି।

Comments are closed.