ଡେୟାର ଟୁ ଡ୍ରିମ୍‌‌ ଇନୋଭେସନ ପ୍ରତିଯୋଗିତାର ୫ମ ସଂସ୍କରଣକୁ ଉନ୍ମୋଚନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଡେସ୍କ: ପ୍ରତିରକ୍ଷା କ୍ଷେତ୍ରରେ ଅଣ ପରମ୍ପରାଗତ ଯୁଦ୍ଧ ନୂଆ ଆହ୍ୱାନ ସୃଷ୍ଟି କରିଛି। ବର୍ତ୍ତମାନ ସମୟରେ ଯୁଦ୍ଧର ନୂଆ ରୂପ ଦେଖିବାକୁ ମିଳୁଛି, ଯେଉଁଥିରେ ଡ୍ରୋନ୍‌‌, ସାଇବର ଯୁଦ୍ଧ, ଜୈବିକ ଅସ୍ତ୍ରଶସ୍ତ୍ର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଭାବେ ଉଭା ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଡେୟାର ଟୁ ଡ୍ରିମ୍‌‌ ଇନୋଭେସନ ପ୍ରତିଯୋଗିତାର ପଞ୍ଚମ ସଂସ୍କରଣକୁ ଉନ୍ମୋଚନ କରିବା ଅବସରରେ ସେ ଏହା କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶର ବୃଦ୍ଧି ପାଉଥିବା ମହତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ବୈଷୟିକ ଜ୍ଞାନକୌଶଳ ଯୋଗୁଁଁ ବର୍ତ୍ତମାନ ସମୟରେ ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ଉପକରଣ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି ଅବସରରେ ଶ୍ରୀ ସିଂହ ଡେୟାର ଟୁ ଡ୍ରିମ୍‌‌ ଅଭିଯାନର ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.