www.samajalive.in
Saturday, December 6, 2025
19.1 C
Bhubaneswar

୨୦ରୁ ଭଞ୍ଜ ଜୟନ୍ତୀ ସପ୍ତାହ: ବାଉରୀବନ୍ଧୁ ସାହୁ ଓ କମ୍ବୁପାଣି ସାମନ୍ତ ପାଇବେ କଳିଙ୍ଗ ଭାରତୀ ସମ୍ମାନ-୨୦୨୪

କଟକ: ରାଜ୍ୟର ପ୍ରାଚୀନ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ‘କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ’ ପକ୍ଷରୁ ରୀତିଯୁଗୀୟ ସାହିତ୍ୟ ପାଇଁ ପ୍ରଦତ୍ତ ମର୍ଯ୍ୟାଦାପୂର୍ଣ୍ଣ ‘କଳିଙ୍ଗ ଭାରତୀ ସମ୍ମାନ -୨୦୨୪’ ପାଇବା ପାଇଁ ଯୁଗ୍ମ ଭାବେ ମନୋନୀତ ହୋଇଛନ୍ତି ବିଶିଷ୍ଟ ଭଞ୍ଜ ଗବେଷକ ପ୍ରଫେସର ଡ. ବାଉରୀବନ୍ଧୁ ସାହୁ ଓ ଭଞ୍ଜ ଗବେଷକ ଡ. କମ୍ବୁପାଣି ସାମନ୍ତ। ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟ, ସଂଗୀତ ଓ ନୃତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରତ୍ୟେକ ବର୍ଷ ଦିଆଯାଇଥାଏ। ସେହିପରି ରୀତିଯୁଗୀୟ ଶୈଳୀରେ କବି ରଚନା କ୍ଷେତ୍ରରେ ପାରଦର୍ଶିତା ପାଇଁ ବ୍ୟାମ ବିହାରୀ ରଥଙ୍କୁ ବିଛନ୍ଦ ଚରଣ ସମ୍ମାନରେ ସମାନିତ କରାଯିବ ବୋଲି କଳିଙ୍ଗ ଭାରତୀ ପକ୍ଷରୁ ପ୍ରକାଶ କରାଯାଇଛି। ଅନୁଷ୍ଠାନର ସଭାପତି ଡାକ୍ତର ଶୈଳେଶ୍ୱର ନନ୍ଦ ଓ କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ନନ୍ଦ ଏହା ପ୍ରକାଶ କରିଛନ୍ତି। ଚଳିତ ଅକ୍ଟୋବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ କଟକ ମିଶନ ରୋଡସ୍ଥିତ ଭଞ୍ଜ ମଣ୍ଡପଠାରେ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ୮୧ତମ ଭଞ୍ଜ ଜୟନ୍ତୀ ସପ୍ତାହ ପାଳନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ନିର୍ବାଚନ ଯୋଗୁ ମେ’ ମାସ ପରିବର୍ତ୍ତେ ଅକ୍ଟୋବରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories