www.samajalive.in
Saturday, December 6, 2025
23.1 C
Bhubaneswar

ମା’ ସମଲେଶ୍ଵରୀଙ୍କ ବଏଲ ଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବସ୍ତିରେ ମା’ ସମଲେଶ୍ଵରୀଙ୍କ ବଏଲ  ଯାତ୍ରା ବୁଧବାର ସମ୍ପନ୍ନ ହୋଇଛି। ଏହି  ଯାତ୍ରା ପାଇଁ ପୂଜା କାର୍ଯ୍ୟ ମହାଳୟା ଦିନଠାରୁ  ଆରମ୍ଭ ହୋଇଥାଏ। ଏଥିପାଇଁ ଘଣ୍ଟ  ଶଙ୍ଖ ସହ ଦୁଲୁ ଦୁଲି ବାଜାରେ ଶତାଧିକ ମହିଳା ଓ ପୁରୁଷ  କଳସ ଶୋଭାଯାତ୍ରାରେ ବାହାରି  ଦମଦମା ପର୍ଯ୍ୟନ୍ତ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରି ପବିତ୍ର ଜଳ ଭରି ପୂର୍ଣ୍ଣ କଳସ ସହ ମାଁଙ୍କ ଖଣ୍ଡା ଧରି ସହର ପରିକ୍ରମା ପୂର୍ବକ ମନ୍ଦିରରେ ପହଞ୍ଚିଥିଲେ।  ଏହାପରେ ରୀତି ନୀତି ସହ ପୂଜା ଆରମ୍ଭ ହୋଇଥିଲା । ପ୍ରତିଦିନ ସକାଳେ  ଚଣ୍ଡୀ ହୋମ ଯଜ୍ଞ ସହ ଷୋଡ଼ଶ ପୂଜା କରାଯାଇ ସନ୍ଧ୍ୟାରେ ମାଁଙ୍କ ମହା ଆରତୀ କରାଯାଉଥିଲା। ବିଜୟା ଦଶମୀ ଦିନ ଅପରାଜିତା ଓ ଘଟ ବିସର୍ଜନ ପରେ ପ୍ରାତଃ ୩ଟାରୁ ପୂଜକ ଝାଙ୍କର ବିଶ୍ଵନାଥ ଭୁଏଙ୍କ ଦେହରେ ମାଁ ପ୍ରବେଶ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।  ସନ୍ଧ୍ୟା ସମୟରେ ମହା ଆରତୀକୁ ଦେଖିବା ପାଇଁ  ଶ୍ରଦ୍ଧାଳୁଙ୍କ ପ୍ରବଳ  ଭିଡ଼ ଲାଗି ରହୁଥିଲା । ମାନସିକଧାରୀମାନେ ଅଖଣ୍ଡ ଦୀପ ଜାଳି ମାନସିକ ପୂରଣ ପାଇଁ ମାଁଙ୍କଠାରେ ପ୍ରାର୍ଥନା କରିଥିଲେ । ସେମାନଙ୍କ ଆସ୍ଥା ଓ ବିଶ୍ୱାସ ରହିଛି ଯେ ମାଁ ବରୁଆ ଦେହରେ ପ୍ରବେଶ କରି ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ପୂଜାର ଅନ୍ତିମ ଦିବସରେ ଚଣ୍ଡୀ ହୋମ ହୋଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ  ଉଦିଆଁ ତରା ମହିଳା ଦଣ୍ଡ ନୃତ୍ୟ ଓ କୂରେଫୁଲ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବା ସହ ଅନ୍ୟ ଦିନଗୁଡ଼ିକରେ ଭଜନ ସନ୍ଧ୍ୟା କରାଯାଇଥିଲା। ଭୋଇପୂରା ଗ୍ରାମ ଓ ଯାଦବ ସମାଜ ପକ୍ଷରୁ  ଯୁଗାର ଯାତ୍ରା ପହଞ୍ଚିବ ବୋଲି ପୂଜା କମିଟି ସୂତ୍ରରୁ ଜଣାପଡ଼ିଛି । କମିଟି ସଭାପତି ରଘୁନାଥ ବିଶ୍ଵାଳ, ସମ୍ପାଦକ ମନୋଜ ବରେଇ ଓ କୋଷାଧ୍ୟକ୍ଷ ଦେବେସ ପ୍ରଧାନ( ଜିତେନ୍)ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories