www.samajalive.in
Tuesday, December 9, 2025
23.1 C
Bhubaneswar

ସରକାରୀ ସ୍କୁଲରେ ଗଣମାଧ୍ୟମକୁ ପ୍ରବେଶ ମନା: କଟକଣା ଲଗାଇଲା ଶିକ୍ଷା ବିଭାଗ

ସମାଜ ଡିଜିଟାଲ ଡେସ୍କ: ବିହାରର ସମସ୍ତ ସକରାରୀ ସ୍କୁଲରେ ଏବେ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁବୋଧ କୁମାର ଚୌଧୁରୀ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖି ବିଦ୍ୟାଳୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ସ୍କୁଲ ସମ୍ପର୍କିତ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଅନୁମତି ନେବା ପରେ ହିଁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିବେ। ସେହିପରି କେବଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିଁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇପାରିବେ। ଏହାବ୍ୟତୀତ ସ୍କୁଲର କୌଣସି ଶିକ୍ଷକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବେ ନାହିଁ।
ସୂଚନା ଅନୁସାରେ ଗତ କିଛି ଦିନ ହେବ ବିଭାଗୀୟ ନିର୍ଦ୍ଦେଶ ବିନା ଅନେକ ଗଣମାଧ୍ୟମ ପ୍ରତିନିଧିମାନେ ବୁମ୍‌‌ ଓ କ୍ୟାମେରା ଧରି ବିଦ୍ୟାଳୟ ପରିସରକୁ ଖବର ପ୍ରସାରଣ କରିବାକୁ ଆସୁଛନ୍ତି। ଏଥିପାଇଁ ପାଠପଢାରେ ବାଧା ସୃଷ୍ଟି ହେଉଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏଠାରେ କହି ରଖୁଛୁ ଯେ ବିହାରର ସରକାରୀ ସ୍କୁଲରେ ଅନିୟମିତତା ଏବଂ ବିଶୃଙ୍ଖଳା କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ହେଲେ ଶିକ୍ଷା ବିଭାଗ ଏଥିରେ ସୁଧାର ଆଣିବା ପରିବର୍ତ୍ତେ ବିଦ୍ୟାଳୟ ଭିତରେ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories