ଜିମ୍‌‌ରେ ଆହତ ହେଲେ ରକୁଲ ପ୍ରୀତ ସିଂହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜିମ୍‌‌ରେ ବ୍ୟାୟମ ସମୟରେ ରକୁଲ ଆହତ ହୋଇଛନ୍ତି। ସେ ନିୟମିତ ଭାବେ ଫିଟନେସ୍‌‌ ପାଇଁ ସେ କୌଣସି ପରିସ୍ଥିତିରେ ବ୍ୟାୟାମ କରିବାକୁ ଭୁଲନ୍ତି ନାହିଁ। ନିଜକୁ ଫିଟ୍‌‌ ରଖିବା ପାଇଁ ରକୁଲ ଜିମରେ କଠିନ ବ୍ୟାୟାମ କରନ୍ତି। ନିକଟରେ ଜିମରେ ବ୍ୟାୟାମ କରିବା ବେଳେ ଆଘାତ ଲାଗିବାରୁ ଡକ୍ଟର ତାଙ୍କୁ ଏକ ସପ୍ତାହ ପାଇଁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଖୁବଶୀଘ୍ର ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର୍‌‌ ଦେ-୨’ରେ ନଜର ଆସିବେ।

Comments are closed.