www.samajalive.in
Friday, December 5, 2025
20.1 C
Bhubaneswar

ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ; ବିରୋଧୀ ଦଳ ନେତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ସମାଜ ଡିଜିଟାଲ ଡେସ୍କ: ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିବସ। ୭୯ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୪୬ ମସିହା ଅକ୍ଟୋବର ୧୬ରେ ଜନ୍ମଗ୍ରହଣ କରିଥିଲେ ନବୀନ। କଟକ ଆନନ୍ଦ ଭବନରେ ପିତା ବିଜୟାନନ୍ଦ ପଟ୍ଟନାୟକ ଓ ମା ଜ୍ଞାନ ପଟ୍ଟନାୟକଙ୍କ ପାଇଁ ଥିଲା ଖୁସିର ମୁହୂର୍ତ୍ତ। ଏହି ଅବସରରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ଆଜି ତାଙ୍କ ଜନ୍ମଦିନକୁ ସଂକଳ୍ପ ଦିବସ ଭାବେ ପାଳନ କରୁଛି ବିଜେଡି। ଏଥିପାଇଁ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତମାନେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ କରି ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନବୀନ ଦେଶ ବିଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢି ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଆସି ଜନତା ଦଳର ନେତୃତ୍ୱ ନେଇ ରାଜନୀତିରେ ପାଦ ଥାପିଥିଲେ।
ନବୀନଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ପାଖରେ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଧର୍ମେନ୍ଦ୍ର। ସେହିପରି ବିଧାନସଭାର ବାଚସ୍ପତି ସୁରମା ପାଢୀ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଏକ୍ସରେ ପୋଷ୍ଟ କରିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories