ପୁଲିସର କାର୍ଯ୍ୟକୁ ପ୍ରଶଂସା କରି ଥାନାରେ ମିଠା ବାଣ୍ଟିଲେ ବୃଦ୍ଧା

ସମ୍ବଲପୁର: ସଦର ପୁଲିସର କାର୍ଯ୍ୟରେ ଖୁସି ହୋଇ ବରିଷ୍ଠ ମହିଳା ସୁବଳୟା ବାରିକ ମଙ୍ଗଳବାର ସଦର ଥାନାରେ ମିଠା ବାଣ୍ଟିଛନ୍ତି। ସଦର ପୁଲିସ ଏକ ଟଙ୍କା ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଲୁଟ ହେଇଥିବା ଟଙ୍କାକୁ ଲୁଟ୍ ଶିକାର ହୋଇଥିବା ବୃଦ୍ଧାଙ୍କୁ ଫେରାଇବା ଘଟଣାରେ ବୃଦ୍ଧାଙ୍କ ମୁହଁରେ ହସ ଫୁଟାଇ ପାରିଛି।

ଗତ ୮ ତାରିଖ ଚାଉଁରପୁର ବ୍ରିଜ ନିକଟରୁ ସିନ୍ଦୁରପଙ୍କର ସୁବଳୟା ବାରିକ ନାମକ ଜଣେ ବୃଦ୍ଧାଙ୍କୁ ଲିଫ୍ଟ ଦେବା ବାହାନାରେ ଟଙ୍କା ଲୁଟର ଶିକାର ହୋଇଥିଲେ। ଏହି ଘଟଣାରେ ଅଭିଯୁକ୍ତ ମାନେ ବୃଦ୍ଧାଙ୍କ ଠାରୁ ୫୦ ହଜାର ଟଙ୍କା, ବ୍ୟାଙ୍କ ପାସବୁକ, ଆଧାର କାର୍ଡ ସମେତ ଅନ୍ୟାନ୍ୟ କାଗଜପତ୍ରକୁ ଲୁଟ କରିଥିଲେ। ଏ ନେଇ ସଦର ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରି ସେନାପାଲିର ଶିବ ବାଗ ଏବଂ ଗୌଡ଼ପାଲିର ଜ୍ୟୋତିନ୍ଦର ରଣବିଡାକୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୪୨ ହଜ଼ାର ୫୮୦ ଟଙ୍କା ଜବତ କରିବା ସମେତ ୨ ଲୁଟେରାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଊର୍ଦ୍ଧ୍ବାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକୁ ମିଳିବା ପରେ ବୃଦ୍ଧାଙ୍କୁ ପୁଲିସ ଆଇନ ଅନୁଯାୟୀ ପ୍ରକ୍ରିୟା ପୂରଣ ପରେ ବୃଦ୍ଧାଙ୍କୁ ଟଙ୍କା ଫେରସ୍ତ କରିଥିଲା।

ଅନ୍ୟ ପକ୍ଷରେ ଆଜି ବୁଦ୍ଧା ମହିଳା ଜଣକ ସଦର ଥାନା ପହଞ୍ଚି ପୁଲିସର ଏଭଳି କାର୍ଯ୍ୟରେ ଖୁସି ହୋଇ ପୁଲିସ କର୍ମଚାରୀଙ୍କୁ ଜିଲେବି ମିଠା ବାଣ୍ଟିଥିଲେ। ଏହି ଘଟଣାଟି ଆଜି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଜଣେ ବୃଦ୍ଧା ମହିଳାଙ୍କ ଏଭଳି ନିଷ୍କପଟ ଆଚରଣ ପୁଲିସର ମନୋବଳକୁ ଆହୁରି ସୁଦୃଢ କରିବା ସହ ଉତ୍ସାହିତ କରିଛି ବୋଲି ସଦର ଏସଡିପିଓ ତୋଫାନ ବାଗ କହିଛନ୍ତି।

Comments are closed.