www.samajalive.in
Thursday, December 11, 2025
13.1 C
Bhubaneswar

ମହାନଦୀରେ ବୁଡିଥିବା ୨ ନାବାଳକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ଦଶହରା ଉତ୍ସବ ସମୟରେ ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଅଭାବନୀୟ ଘଟଣା। ମହାନଦୀରେ ବୁଡି ୨ଜଣ ନାବାଳକଙ୍କ ମୃତ୍ୟୁ ହୋଇଯାଇଛି। ଗତ ଶୁକ୍ରବାର ଅପରାହ୍ନରେ ତିୱାରୀଗଳି ନିବାସୀ ନାବାଳକ ହିମାଂଶୁ ସିଂହ କୁଶୱାହା ଓ କନିଷ୍କ ଖେଳିବା ପାଇଁ ଯାଇଥିଲେ। ଅନ୍ୟ ସାଥିଙ୍କ ସହିତ ସେମାନେ ମହାନଦୀ ତଟରେ ଥିବା ବଡବଜାର ସଡକ ଘାଟ ଠାରେ ପହଞ୍ଚି ଗାଧୋଇବା ପାଇଁ ନଦୀ ମଧ୍ୟକୁ ଯାଇ ମହାନଦୀର ଖରସ୍ରୋତରେ ଭାସି ଯାଇଥିଲେ। ନାବାଳକଙ୍କୁ ନଦୀରେ ବହି ଯାଇଥିବାର ଦେଖି ତୁରନ୍ତ ସେମାନଙ୍କୁ ଊର୍ଦ୍ଧ୍ବାର କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରୟାସ କରିଥିଲେ। ହେଲେ ସଫଳ ନହେବାରୁ ତୁରନ୍ତ ସ୍ଥାନୀୟ ପୁଲିସ ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଫଳରେ ଅଗ୍ନିଶମ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ମହାନଦୀ ଗର୍ଭରେ ଖୋଜିବା ସତ୍ୱେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ଶନିବାର ସକାଳ ସମୟରେ ଓଡ୍ରାଫ୍ଟ ଓ ଅଗ୍ନିଶମ ଦଳ ପୁନର୍ବାର ଖୋଜିବା ପରେ ଘଟଣାସ୍ଥଳରୁ ପ୍ରାୟ ଅଧ କି.ମି ଦୂରରେ ଥିବା ସମଲେଶ୍ୱରୀ ମନ୍ଦିର ଘାଟ ନିକଟରେ କନିଷ୍କ ଓ ହିମାଂଶୁଙ୍କ ମୃତଦେହ ମିଳିଥିଲା। ନାବାଳକ ମାନେ ନିଖୋଜ ହେବାର ଖବର ମିଳିବା ପରେ ସେମାନଙ୍କ ପରିବାର ଲୋକେ ମହାନଦୀ ତଟରେ ରହିଥିଲେ। ଉଭୟଙ୍କ ମୃତଦେହ ମିଳିବାରୁ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories