www.samajalive.in
Tuesday, December 9, 2025
17.1 C
Bhubaneswar

ଶୀକୁଳିରେ ବନ୍ଧା ବିଶ୍ୱାମିତ୍ରଙ୍କ ଜୀବନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଟିକାବାଲି: ଶିକୁଳୀରେ ବନ୍ଧା ହୋଇଛି ବିଶ୍ୱାମିତ୍ରଙ୍କ ଜୀବନ। ଗତ ଦୁଇ ବର୍ଷ ହେବ ମାନସିକ ରୋଗରେ ପୀଡିତ ହୋଇ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏ ହେଉଛନ୍ତି କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ ପକାରୀ ଗ୍ରାମର, ବ୍ରଜମନ ପ୍ରଧାନଙ୍କ ପୁଅ ବିଶ୍ୱାମିତ୍ର ପ୍ରଧାନ। ପରିବାର କହିଲେ ତିନୋଟି ଝିଅ ଦୁଇଟି ପୁଅ ମୋଟ ୫ ଜଣଙ୍କୁ ନେଇ ବ୍ରଜମନଙ୍କ ପରିବାର ଗୋଟିଏ ଘରେ ରୁହନ୍ତି। ବ୍ରଜମନ ପ୍ରଧାନ ମଜୁରୀ ଓ କିଛି ଚାଷ ବାସ କରି ପରିବାର ପ୍ରତିପୋଷଣ କରନ୍ତି। ପୁଅ ବିଶ୍ବାମିତ୍ର ଅଷ୍ଟମ ଶ୍ରେଣୀରେ ପଢୁ ଥିବାବେଳେ ୧୩ ବର୍ଷ ବୟସରେ ବିଧାତା ତାଙ୍କ ଉପରେ ଦାଉ ସାଜିଥିଲା। ଯାହା ଫଳରେ ବିଶ୍ବାମିତ୍ରକୁ ଘରେ ଶୀକୁଳିରେ ବାନ୍ଧିବାକୁ ପଡ଼ିଲା।

ଗତ ଦୁଇ ବର୍ଷ ହେବ ପୁଅକୁ ଶିଙ୍କୁଳିରେ ବାନ୍ଧି ରଖିଇ ଜୀବନ ଯାପନ କରୁଥିବାରୁ ପୁଅ କଥା ମନେ ପକାଇ ବାପାଙ୍କ ଆଖିରୁ ଝର ଝର ହୋଇ ବହିଯାଏ ଲୁହ। ପାଖରେ ଅର୍ଥ ନଥିବାରୁ ପୁଅକୁ ବଡ଼ ମେଡିକାଲ ଦେଖାଇ ଉନ୍ନତ ମାନର ଚିକିତ୍ସା ଦେବାରେ ସକ୍ଷମ ନୁହନ୍ତି ବୋଲି କୋହଭରା ହୃଦୟରେ ପ୍ରଶାସନକୁ ଗୁହାରି କରୁଛନ୍ତି। ତାଙ୍କୁ ବ୍ଲକ ପ୍ରଶାସନ ତରଫରୁ ଦିବ୍ୟାଙ୍ଗ ଭତା ୧୦୦୦ ଟଙ୍କା ଓ ଚାଉଳ ପାଞ୍ଚ କିଲୋ ମିଳୁଛି। ହେଲେ ଉନ୍ନତ ମାନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏହା ପୂର୍ବରୁ ସେ ଚିକିତ୍ସା ପାଇଁ ପୁଅ ବିଶ୍ବାମିତ୍ରକୁ ସାରଙ୍ଗଗଡ଼଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓ ଫୁଲବାଣୀ ସରକାରୀ ବଡ଼ ଡାକ୍ତରଖାନାକୁ ନେଇ ନିରାଶା ହୋଇ ଫେରିଛନ୍ତି ବାପା। ତେଣୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର କିମ୍ବା ବେସରକାରୀ ଅନୁଷ୍ଠାନ ଅଥବା ସାଂସଦ କେହି ଯଦି ଏଭଳି ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତେ ତେବେ ପୁଅକୁ ଭଲ କରିପାରିବେ ବୋଲି କହିଛନ୍ତି ବାପା ବ୍ରଜମନ ପ୍ରଧାନ। ସେଥିପାଇଁ ଦୁଇହାତ ଯୋଡ଼ି ଭଗବାନଙ୍କ ନିକଟରେ ଗୁହାରି କରୁଛନ୍ତି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories