www.samajalive.in
Saturday, December 13, 2025
26.1 C
Bhubaneswar

ଟ୍ରେନ୍ ଧକ୍କାରେ ଚାଲିଗଲା ହାତୀ ଛୁଆର ଜୀବନ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ରାତିରେ କିଛି ସ୍ଥାନୀୟ ଲୋକ ହାତୀ ପଲଙ୍କୁ ଘଉଡାଇବାବେଳେ ହାତୀଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଏକ ହାତୀ ଛୁଆର ଜୀବନ। ସୋମବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ରାତିରେ କିଛି ସ୍ଥାନୀୟ ଲୋକ ଟର୍ଚ୍ଚ ଲାଇଟ୍ ମାରି ଅଞ୍ଚଳରେ ଥିବା କିଛି ହାତୀ ପଲଙ୍କୁ ଘଉଡାଉଥିଲେ। ତେବେ ହାତୀ ପଲ ଗୁଡିକ ଭୟରେ ଟ୍ରେନ୍ ଲାଇନ୍ ଆଡକୁ ଦୌଡିଥିଲେ। ସେହି ସମୟରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ହାତୀପଲଙ୍କୁ ଧକ୍କା ଦେଇଥିଲା। ଏଥିରେ ଅନେକ ହାତୀ ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରେ ଗୋଟିଏ ହାତୀ ଛୁଆର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ପରେ ଖବର ପାଇ ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories