www.samajalive.in
Sunday, December 14, 2025
26.1 C
Bhubaneswar

ଆପ୍‌ ବିଧାୟକ ବଳଦେବ ସିଂହଙ୍କ ଇସ୍ତଫା

ନୂଆଦିଲ୍ଲୀ : ପଞ୍ଜାବର ଆମ୍‌ ଆଦମି ପାର୍ଟି (ଆପ୍‌) ବିଧାୟକ ବଳଦେବ ସିଂହ ନିଜ ପଦ ସହିତ ଦଳରୁ ଇସ୍ତଫା ଦେଇଛନ୍ତି। ଜାଇଟୋ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ବଳଦେବ ଏଥିସହିତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅହଙ୍କାରୀ ଓ ଏକଚ୍ଛତ୍ରବାଦୀ ବୋଲି ଆକ୍ଷେପ କରିଛନ୍ତି। ଦଳ ତଥା ସରକାର ମୂଳ ନୀତି-ଆଦର୍ଶରୁ ବିଚ୍ୟୁତ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି କାରଣରୁ ପ୍ରଶାନ୍ତ ଭୂଷଣ, ଯୋଗେନ୍ଦ୍ର ଯାଦବ, ମେଧା ପାଟେକର, କିରଣ ବେଦୀ, ଆଶୁତୋଷ, ଆଶିଷ ଖେତାନ, ଏଚ୍‌.ଏସ୍‌ ଫୁଲ୍‌କା, ଏଚ୍‌.ଏସ୍‌ ଖାଲସା, ସଚ୍ଚା ସିଂହ ଛୋଟେପୁର, ଗୁରୁପ୍ରୀତ ଘୁଗି ପ୍ରମୁଖ ଦଳ ଛାଡ଼ିଥିବା ସେ କେଜ୍ରିୱାଲଙ୍କୁ ପ୍ରଦାନ କରିଥିବା ପତ୍ରରେ ଲେଖିଛନ୍ତି। ବଳଦେବ ହେଉଛନ୍ତି ପଞ୍ଜାବ ବିଧାନସଭା ସଦସ୍ୟ ସୁଖପାଲ ସିଂହ ଖଇରାଙ୍କ ଘନିଷ୍ଠ। ସୁଖପାଲ ଗତ ମାସ​‌େ​‌ର ଦଳରୁ ଇସ୍ତଫା ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories