www.samajalive.in
Thursday, December 11, 2025
13.1 C
Bhubaneswar

ଲାଞ୍ଜିଗଡରେ ଜମୁଛି ପୂଜା, ଜମୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ 

ଲାଞ୍ଜିଗଡ଼: ଶାରଦୀୟ ଦୁର୍ଗାପୂଜାକୁ ନେଇ କି ଗାଁ କି ସହର ସବୁଆଡେ ଏବେ ଚଳଚଞ୍ଚଳ। ପାର୍ବଣର ଏହି ମହାଋତୁରେ ମହିଷା ମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କ ପୂଜନୋତ୍ସବ ତିଆରି କରିଛି ଅପୂର୍ବ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଶିଳ୍ପାଞ୍ଚଳ ଲାଞ୍ଜିଗଡ, ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର,ପୋଖରୀ ବନ୍ଧ, ଲାଞ୍ଜିଗଡ ରୋଡ଼ ଓ ରାମଚନ୍ଦ୍ରପୁରଠାରେ ଦୁର୍ଗାପୂଜା ଓ ସାଂସ୍କୃତିକ ମହୋତ୍ସବକୁ ନେଇ ସାଧାରଣରେ ଦେଖାଦେଇଛି ଅତ୍ୟନ୍ତ ଆଗ୍ରହ ଓ ଉତ୍ସୁକତା। ୫୯ ବର୍ଷରେ ପଦାର୍ପଣ କରିଥିବା ଲାଞ୍ଜିଗଡ ଦୁର୍ଗାପୂଜା ଆକର୍ଷଣୀୟ ମୂର୍ତ୍ତି, ମେଢ଼ ଓ ସାଜସଜ୍ଜା ପାଇଁ ଜନତାଙ୍କ ମନ ମୋହୁଥିବାବେଳେ ଆଜି ଅପରାହ୍ନରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ପୂଜା ମଣ୍ଡପ ପରିଦର୍ଶନ ସହିତ ଦେବୀଙ୍କ ଆଶୀର୍ବାଦ କାମନା କରିଥିଲେ। ବିଧାୟକଙ୍କ ସହିତ ବ୍ଳକ ବିଜେଡ଼ି ସଭାପତି ହିମାଦ୍ରୀ ପେସନିଆ, ବରିଷ୍ଠ ନେତା ଶୀଧର ପେସନିଆ, ହରିଶଙ୍କର ପାତ୍ର, ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା,ଶ୍ରୀ ମୁଖ ଅଗସ୍ତି ଶ୍ରୀନିବାସ ଚଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ପୂଜା କମିଟି ସଭାପତି ଏମ. ଚନ୍ଦ୍ରଶେଖରଙ୍କ ସହିତ କମିଟିର ଅନ୍ୟ କର୍ମକର୍ତ୍ତା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।ଭକ୍ତଙ୍କ ପାଇଁ ସପ୍ତମୀ ଦିନ କଳାହାଣ୍ଡି ଜିଲ୍ଲା ଶାନ୍ତ ପୁରର କାଳ୍ପନିକ ନାଟକ ‘କଙ୍କାଳ ଖେଳିବ ରକ୍ତର ହୋଲି’ ପରିବେଷଣ କରାଯାଇଥିବା ବେଳେ ଆଜି ଅଷ୍ଟମୀ ଦିବସରେ ବରଗଡ଼ ଜିଲ୍ଲା ଅତାବିରାର ମା’ ସମ୍ବଲେଶ୍ୱରୀ ମେଲୋଡି ପରିବେଷଣ ହେବାର ବ୍ୟବସ୍ଥା ରହିଛି।ଆୟୋଜକ କମିଟି ପକ୍ଷରୁ ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆଙ୍କ ସମେତ ଯୁବକ ସଂଘର ସମସ୍ତ ସଦସ୍ୟ ଓ ଅଞ୍ଚଳର ଯୁବଗୋଷ୍ଠୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories