www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ବାଳିକା ଦିବସ ପାଳନ

ଫୁଲବାଣୀ: ପ୍ରଗତି ୟୁଥ ଆଡ଼ଭୋକେଟ ଆସୋସିଏସନ ଓ ବାଲ ରକ୍ଷା ଭାରତର ସହଯୋଗରେ ଖଜୁରୀପଡା ଅଞ୍ଚଳର ସୁରାଦେଇ ଅଙ୍ଗନବାଡି ପ୍ରାଙ୍ଗଣରେ ବିଶ୍ୱ ବାଳିକା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସୁରଦେଇ ଗ୍ରାମର ୩୨ ଜଣ କିଶୋରୀମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଗତି ଯୁବକ ଆସୋସିଏସନର ସଦସ୍ୟ ସଭ୍ୟା ସୋନମ ବେହେରା, ବର୍ଷା ରାଣୀ ସାହୁ, ସତ୍ୟପ୍ରକାଶ ମାଝୀ, ଦୀପ୍ତି ଏବଂ ଅଙ୍ଗନବାଡି କର୍ମୀ ମୀରା ସାହୁଙ୍କ ସହଭାଗୀତାରେ ଏହି ଦିନଟି ପାଳିତ ହୋଇଥିଲା। ଏହି ବର୍ଷର ବିଷୟ ଥିଲା, “ଭବିଷ୍ୟତ ପାଇଁ ବାଳିକାମାନଙ୍କ ଦୃଷ୍ଟିକୋଣ,” ଯାହା ଝିଅମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଇଛାକୁ ପ୍ରାଧାନ୍ୟ ଦେବା ଓ ନୀତି ଗଠନ ପ୍ରକ୍ରିୟାରେ ସେମାନଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟ ରହିଛି। ଅନୁଷ୍ଠାନରେ କିଶୋରୀମାନେ ଆପଣା ଅଧିକାର ଉପରେ ଡ୍ରଇଂ ଓ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବାଲ ରକ୍ଷା ଭାରତର କର୍ମୀ ହୋସନା ଅକ୍ତାରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories